ସ୍ମୃତି ହୋଇ ଆସିଲାଣି ରେଡିଓ
ଦେଶ ଦୁନିଆର ସମ୍ବାଦ ଦେଉଥିବା ଏହି ଲୋକପ୍ରିୟ ଯନ୍ତ୍ରଟି ଆଉ ପ୍ରାୟ କାହା ଘରେ ଦେଖାଯାଉନି । ହେଲେ ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ଭାବେ ପାଳନ କରାଯାଏ । ମିଳିତ ଜାତିସଂଘ ଅନୁଯାୟୀ, ରେଡିଓର ମହତ୍୍ୱ ବିଷୟରେ ଜନସାଧାରଣ ତଥା ଗଚ୍ଚମାଧ୍ୟମ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ହେଉଛି ‘ବିଶ୍ୱ ରେଡିଓ ଦିବସ’ର ଉଦ୍ଧେଶ୍ୟ ।
ଏହି ଦିନଟି ମଧ୍ୟ ରେଡିଓ ଷ୍ଟେସନ୍ ନିଜ ମାଧ୍ୟମରେ ସୂଚନା ପ୍ରଦାନ କରିବା ତଥା ପ୍ରସାରଣକାରୀଙ୍କ ମଧ୍ୟରେ ନେଟ୍ୱାର୍କିଂ ଏବଂ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖେ । ସାଧାରଣତଃ ବିଶ୍ୱାସ କରାଯାଏ ଯେ ପ୍ରଥମ ରେଡିଓ ପ୍ରସାରଣ ୧୮୯୫ ମସିହାରେ ଗୁଗ୍ଲିଲ୍ମୋ ମାର୍କୋନୀଙ୍କ ଦ୍ୱାରା କରାଯାଇଥିଲା । କିନ୍ତୁ ଏହା ପରୀକ୍ଷାମୂଳକ ଭାବେ ପ୍ରାୟ ୧୯୦୫–୧୯୦୬ ମସିହାରେ ଅସ୍ତିତ୍ୱକୁ ଆସିଥିଲା ।୧୯୨୦ ଦଶକ ପୂର୍ବରୁ ରେଡିଓ ବ୍ୟବସାୟିକ ରୂପରେ ଅସ୍ତିତ୍ୱକୁ ଆସିଥିଲା । ପ୍ରାୟ ତିନି ଦଶନ୍ଧି ପରେ ରେଡିଓ ଷ୍ଟେସନ ଗୁଡ଼ିକ ସୃଷ୍ଟି ହେଲା ଏବଂ ୧୯୫୦ ଦଶକ ସୁଦ୍ଧା ରେଡିଓ ଏବଂ ପ୍ରସାରଣ ପ୍ରଣାଳୀ ସମଗ୍ର ବିଶ୍ୱରେ ଏକ ସାଧାରଣ ଜିନିଷ ହୋଇଗଲା ।
ପ୍ରାୟ ୬୦ବର୍ଷ ପରେ, ୨୦୧୧ରେ, ୟୁନେସ୍କୋ ସଦସ୍ୟ ରାଷ୍ଟ୍ରମାନେ ୧୩ ଫେବୃଆରୀ କୁ ‘ବିଶ୍ୱ ରେଡିଓ ଦିବସ’ ଭାବରେ ଘୋଷଣା କରିଥିଲେ । ୨୦୧୩ରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହା ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯାଇଥିଲା । ୧୩ ଫେବୃଆରୀ ୧୯୪୬ରେ ଏବଂ ପରବର୍ତୀ ସମୟରେ ଏହାର ୩୬ ତମ ଅଧିବେଶନରେ ୟୁନେସ୍କୋ ୧୩ ଫେବୃଆରୀ ୧୩କୁ ‘ବିଶ୍ୱ ରେଡିଓ ଦିବସ’ ଭାବରେ ଘୋଷଣା କଲା । ମିଳିତ ଜାତିସଂଘର ସାଧାରଣ ସଭା ୧୪ ଜାନୁଆରୀ ୨୦୨୩ ରେ ୟୁନେସ୍କୋର ‘ବିଶ୍ୱ ରେଡିଓ ଦିବସ’ ଘୋଷଣାକୁ ଆନୁଷ୍ଠାନିକ ଭାବେ ସମର୍ଥନ କଲା । ଏହାର ୬୭ ତମ ଅଧିବେଶନରେ ମିଳିତ ଜାତିସଂଘ ୧୩ ଫେବୃଆରୀକୁ ‘ବିଶ୍ୱ ରେଡିଓ ଦିବସ’ ଭାବରେ ଘୋଷଣା କରି ଏକ ପ୍ରସ୍ତାବ ଗ୍ରହଣ କଲା ।