ସ୍କିମାଟିକ୍ କନିଷ୍ଠ ଶିକ୍ଷକ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ସାମାଜିକ ଗଣମାଧ୍ୟମ X ରେ ପୋଷ୍ଟ କରି ଧନ୍ୟବାଦ ଜଣାଇଲେ ମନ୍ତ୍ରୀ

ମାସିକ ପାରିଶ୍ରମିକ ୧୧,୧୦୦  ରୁ ୧୬,୦୦୦  ଟଙ୍କାକୁ ବଢିଲା – ଉପକୃତ ହେବେ ରାଜ୍ୟର ୧୩,୭୪୦ ଶିକ୍ଷକ

ଭୁବନେଶ୍ୱର,୧୨/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମଗ୍ର ଶିକ୍ଷା ଅଧୀନରେ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ (ସ୍କିମାଟିକ) ମାନଙ୍କ ଦରମା ବୃଦ୍ଧି କରିଥିବାରୁ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଧନ୍ୟବାଦ ଜଣାଇଛନ୍ତି।

ମନ୍ତ୍ରୀ ଶ୍ରୀ ଗଣ୍ଡ ସାମାଜିକ ଗଣମାଧ୍ୟମ X (https://x.com/NityanandaBJP/status/1889643715343335681) ରେ ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଏହି ନିଷ୍ପତ୍ତି ଶିକ୍ଷାଦାତାଙ୍କୁ ସଶକ୍ତ କରିବା ସହିତ ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବ ବୋଲି କହିଛନ୍ତି।

ସୂଚନା ଥାଉକି, ଆଜି  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଦିଆ ଯାଇଛିଯେ ସ୍କିମାଟିକ୍ କନିଷ୍ଠ ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୦୦୦ ଟଙ୍କା ରୁ ୧୬,୦୦୦ ଟଙ୍କା ବୃଦ୍ଧି କରା ଯାଇଛି। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ନିୟୋଜିତ  ସ୍କିମାଟିକ୍  କନିଷ୍ଠ ଶିକ୍ଷକମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା ।

ଗତ ୨୦୨୫ ଜାନୁଆରୀ ୧୬ ତାରିଖରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ।

ଏହାଦ୍ୱାରା ପ୍ରାଥମିକ   ଶିକ୍ଷାରେ ଗୁଣାତ୍ମକ   ଉନ୍ନତି   ଆସିବା।  ସହିତ ରାଜ୍ୟରେ   ଏହି   ବର୍ଗରେ   ଥିବା ୧୩, ୭୪୦ ଶିକ୍ଷକ ଉପକୃତ ହେବେ।

Leave a Reply

Your email address will not be published. Required fields are marked *