ଦଣ୍ଡପାଣି ମହାପାତ୍ରଙ୍କୁ ‘ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ’
ଭୁବନେଶ୍ୱର,୧୧/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବିଶିଷ୍ଟ ରାଜନୀତିଜ୍ଞ, ସୁସାହିତି୍ୟକ ତଥା ‘ଭାଷା ସୁରକ୍ଷା ସମ୍ମିଳନୀ’ର ପ୍ରତିଷ୍ଠାତା ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ୮୪ତମ ଜୟନ୍ତୀ ସମାରୋହ ଆସନ୍ତା ଫେବୃଆରୀ ୧୫ ତାରିଖ, ଶନିବାର ସନ୍ଧ୍ୟା ଘ.୫.୩୦ମିନିଟ୍ ରେ ସ୍ଥାନୀୟ ଲୋହିଆ ଏକାଡେମୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଥିବାବେଳେ ବିଶେଷ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନୀତିଜ୍ଞ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରାଜାରାମ ଶତପଥୀ ଯୋଗଦେବେ । ଏହି ଅବସରରେ ‘ଭାରତୀୟ ସମ୍ବିଧାନ ଓ ଆମ ଆଂଚଳିକ ଭାଷା’ ଶୀର୍ଷକ ଚତୁର୍ଥ ବୈଷ୍ଣବ ପରିଡ଼ା ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ. ମାନସ ବେହେରା । ସମାରୋହରେ ସଭାପତିତ୍ୱ କରିବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ । ଏହି ଅବସରରେ ଗଞ୍ଜାମ ଜିଲାର ବିଶିଷ୍ଟ ଭାଷାକର୍ମୀ, ସାହିତି୍ୟକ ଓ ସୁସଙ୍ଗଠକ ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ରଙ୍କୁ ‘ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ-୨୦୨୫’ ପ୍ରଦାନ କରାଯିବ । ଏହି ଜୟନ୍ତୀ ସମାରୋହରେ ଯୋଗଦେବା ପାଇଁ ବୈଷ୍ଣବ ପରିଡ଼ା ସ୍ମୃତି ନ୍ୟାସ ପକ୍ଷରୁ ନିବେଦନ କରାଯାଇଛି ।
ବୈଷ୍ଣବ ପରିଡ଼ାଙ୍କ ଜୟନ୍ତୀ ସମାରୋହ ୧୫ରେ
