ଶିଶୁ ଅନନ୍ତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୦୨/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବାଲିପାଟଣା ସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟ ର ୪୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ମଧୁମିତା ରଥ ସଭାପତିତ୍ବ ଓ ସାରସ୍ୱତ ଅଧ୍ୟାପିକା ଡ଼ ମାନସୀ ଷଡ଼ଙ୍ଗୀଙ୍କ ସଂଯୋଜନା ଓ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦେଶକ ଡ଼ ରଂଜିତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ରଶ୍ମିତା ମହାପାତ୍ର ଯୋଗ ଦେଇ ମହାବିଦ୍ୟାଳୟର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ ଜାରୀ ରହିବା ସହିତ ଆଗାମୀ ଦିନରେ ବିକାଶର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଅର୍ଚନା  ବିଶ୍ୱାଳ ଙ୍କ ଅତିଥି ପରିଚୟ ପ୍ରଦାନ ପରେ ବିଦ୍ୟାର୍ଥୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିବା ସହିତ ନାଟକ “ରେବତୀ’ରେ ଛାତ୍ରଛାତ୍ରୀ ମାନେ ଅଭିନୟ କରିଥିଲେ ।  ପୂର୍ବ ପ୍ରତିଯୋଗିତାରେ ବିଦ୍ୟାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଆଲୁମିନି କମିଟି ସଭାପତି ଲକ୍ଷଣ ପଟନାୟକ, ବନମାଲୀପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ମୁରଲୀଧର ସାହୁ, ପୂର୍ବତନ ବିଧାୟକ ରାଧାକାନ୍ତ ମହାନ୍ତିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *