‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଵେଣ୍ଟକାର ଇଲେକ୍ଟ୍ରି ଅଫିସ ଘେରାଉ

କଟକ ସଦର,୧୮/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଟାଟା କମ୍ପାନୀ ର ମନମାନୀ, ଗ୍ରାହକ ଶୋଷଣ ନୀତି ବିଶେଷକରି ପ୍ରିପେଡ ମିଟର ଲଗାଇବା ବିରୁଦ୍ଧରେ ପୂର୍ଵ ନିର୍ଦ୍ଧାରିତ କାର୍ୟ୍ୟ ସୂଚୀ ଅନୁଯାୟୀ ଆଜି (ଶନିବାର ଦିନ) ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଆବାହକ ଶିକ୍ଷାବିତ ପ୍ରଫେସର ମନୋଜ ନାୟକଙ୍କ ଆହ୍ୱାନ କ୍ରମେ ୪୨ ମୈ।ଜା ଵେଣ୍ଟକାର ଇଲେକ୍ଟ୍ରି ଅଫିସ ଘେରାଉ କରାଯିବା ସହ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ପୂର୍ବତନ ସରପଂଚ ରାମଚନ୍ଦ୍ର ଗୋଛାୟତ, ଅଭିମନ୍ୟୁ ସାହୁ, ସୂଦର୍ଶନ ଜେନା, ବିଭୁତି ଭୁଷଣ ପରିଡ଼ା,ଶରତ ରାୟ ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି, କାର୍ୟ୍ୟକର୍ତ୍ତା ଓ ନେତୃମଣ୍ଡଳୀ ସାମିଲ ହୋଇଥିଲେ। ଟାଟା କମ୍ପାନୀ ଏଭଳି ଜନମାରଣ ନୀତିରୁ ଯଦି ନଓହରେ ତେବେ ଜନ ଆନ୍ଦୋଳନ କୁ ଵ୍ୟାପକ କରାଯିବା ସହିତ କଟକ ସଦର ରେ ଥିବା ସମସ୍ତ ଇଲେକ୍ଟ୍ରି ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି ପ୍ରଫେସର ନାୟକ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *