ଭୁବନେଶ୍ୱର,୩୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିମାପଡା, ଗୋପ ଗସ୍ତ କରି ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର
ଆକଳନ କରିଛନ୍ତି। ଗୋପ ବ୍ଲକ ଅଧିନସ୍ଥ ଅଣ୍ଢିରା ଇଚ୍ଛାପୁର ପଞ୍ଚାୟତର ବେଣିପୁର, ମାଧଗାଡ଼ିଆ, ଇଚ୍ଛାପୁର, ଆଳିଚର, ବଡ଼ମଠ, ଅଣ୍ଢିରା ଗ୍ରାମ,
ରାହାଙ୍ଗୋରଡା ଏବଂ ଡଭାର ପଞ୍ଚାୟତ,ଏବଂ ନିମାପଡ଼ା ବ୍ଲକର ତେରୁଣ୍ଡିଆ, ଡେଣୁଅ, ଚଆଁରପଦା, ରଟିଲୋ, ଅଲଣ୍ଡା ଏବଂ ସାଇଁସ ସାସନ ପଞ୍ଚାୟତର ବିଭିନ୍ନ କ୍ଷେତ୍ରପରିଦର୍ଶନ କରିଥିଲେ ଉପମୁଖ୍ୟମନ୍ତ୍ରୀ । ସ୍ଥାନୀୟ ତହସିଲଦାର, କୃଷି ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଯେଉଁ ଚାଷୀଙ୍କର ଫସଲ ନଷ୍ଟ ହୋଇଛି ସମସ୍ତଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ପଞ୍ଜିକରଣ କରିଥିବା ସମସ୍ତ ଚାଷୀ ମାନେ ଯେମିତି ବୀମା ରାଶି ପାଇବେ ସେଥି ପାଇଁ ପ୍ରାଧାନ୍ୟ ଦେଇଥିଲେ। ଚାଷୀଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କର ପ୍ରାଥମିକତା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା।
-0-
ତନୁଜା ମହାନ୍ତି ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
