( ନୂଆ ଠଙ୍ଗ ରେ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତି )
ଜୁନାଗଡ଼,୦୫/୦୧/୨୦୨୫ (ଓଡ଼ିଶା ସମାଚାର/ରାକେଶ ବେମାଲ)-ଜୁନାଗଡ଼ ସହର ସ୍ଥିତ ହାଇସ୍କୁଲ୍ ଖେଳ ପଡିଆ ମା ଲଙ୍କେଶ୍ଵରୀ ମଞ୍ଚ ରେ ଜୁନାଗଡ଼ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ଫେବୃଆରୀ ମାସରେ ୩ ଦିନ ଧରି ଜୁନାଗଡ଼ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ନିଜ ଅଂଚଳ ର କଳା ସଂସ୍କୃତି ର ଉଜାଗର ତଥା ଅଂଚଳ ର ଜନସାଧାରଣ ଙ୍କ ସଂସ୍କୃତି ପ୍ରେମ କୁ ଆଖି ଆଗରେ ରଖି ଜୁନାଗଡ଼ ଅଂଚଳ ବାସୀ ତିନିଦିନ ଧରି ଜୁନାଗଡ଼ ମହୋତ୍ସବ କରିବା ପାଇଁ ନିଷ୍ପତି ନେଇଛନ୍ତି । ଓକିଲ ସଂଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଙ୍କ ଆବାହନ ଓ ଅନୁରୋଧ ରକ୍ଷା କରି ଶହ ଶହ ଜୁନାଗଡ଼ ବାସୀ ଆଜି ସ୍ଥାନୀୟ ମା ଲଙ୍କେଶ୍ୱରୀ ମଞ୍ଚ ରେ ଏକତ୍ରିତ ହୋଇ ଜୁନାଗଡ଼ ର ସ୍ୱାଭିମାନ କୁ ଆଖିଆଗରେ ରଖି ମହୋତ୍ସବ ପାଇଁ ଏକ କୋର କମିଟି ଗଠିତ ହୋଇ ଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ଦୁର୍ଗା ପ୍ରସାଦ ନାଏକ, ଲଳିତ କୁମାର ଅଗ୍ରୱାଲ, ଶିବ ପ୍ରସାଦ ମହାନ୍ତି,ଈଶ୍ୱର ଚନ୍ଦ୍ର ପୂଝରୀ, ଅଶୋକ କୁମାର ପଟ୍ଟନାୟକ, ବିଘ୍ନ ରାଜ ବରାଡ଼, ସରୋଜ କୁମାର ପଣ୍ଡା, ସମୀର କୁମାର ସାହୁ, ରଞ୍ଜନ କୁମାର ଜାଲ, ଦିଲୀପ କୁମାର ପଣ୍ଡା, ଅନିଲ କୁମାର ପଣ୍ଡା ଓ କୋର କମିଟି ଆବାହକ ହିମାଂଶୁ ଶେଖର ବରାଡ଼, ଏନ୍ ଏ ସି ଅଧ୍ୟକ୍ଷା ଓ ସମସ୍ତ ୱାର୍ଡ ମେମ୍ବର ମନୋନୀତ ହୋଇଛନ୍ତି । ଶେଷରେ ମାନସ ରଞ୍ଜନ ସେଠି ଧନ୍ୟବାଦ ଦେଇଥିଲେ ଓ ସଭା ସାଙ୍ଗ କରାଯାଇଥିଲା।
ଜୁନାଗଡ଼ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
