ରାଜ୍ୟରେ ବାତ୍ୟା ନିରୋଧୀ ଗୃହନିର୍ମାଣ ସମ୍ପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର, ୨୪/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ବାତ୍ୟା ନିରୋଧୀ ଗୃହନିର୍ମାଣ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବନ୍ୟା-ବାତ୍ୟାପ୍ରବଣ ଅଞ୍ଚଳରେ ବାସହୀନ ଲୋକଙ୍କୁ ଘର ଯୋଗାଇବା ସମୟରେ ବନ୍ୟା-ବାତ୍ୟା ନିରୋଧି ଗୃହ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଘରଗୁଡ଼ିକ କିପରି ବାତ୍ୟା ଓ ବନ୍ୟା ପ୍ରତିରୋଧୀ ହୋଇପାରିବ ଓ ଏଥି ନିମନ୍ତେ ଏହା ଉପରେ ବିସ୍ତୃତ ଆଲୋଚନା କରି ସମୟୋଚିତ ସମାଧାନର ପନ୍ଥା ବାହାର କରିବା ଉପରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୁନଶ୍ଚ ଏହା ଉପରେ ଯଦି ଅଧିକ ଅର୍ଥ ଖର୍ଚ୍ଚ ହେବ ତାହା କିପରି ଭରଣା କରାଯିବ ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇ ପଦକ୍ଷେପ ନେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି ।

ସମୁଦ୍ରକୂଳ ଅଞ୍ଚଳରେ ସରକାରୀ ଜମିଜମାର ଚିହ୍ନଟ କାର୍ୟ୍ୟ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ବାତ୍ୟାକୁ ପ୍ରତିରୋଧ କରିବା ପାଇଁ ସରକାରୀ ଜାଗାରେ ଆବଶ୍ୟକତା ଅନୁଯାୟୀ ହେନ୍ତାଳ ବନ ସୃଷ୍ଟି କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି ।

ଏହି ବୈଠକରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂହ, ପାୟତିରାଜବିଭାଗରକମିଶନର ତଥା ଶାସନ ସଚିବଶ୍ରୀଏସ୍.ଏନ୍. ଗିରିଶ୍,ଅତିରିକ୍ତ ରିଲିଫ୍‌ କମିଶନଶ୍ରୀମତୀ ଅତସୀ ଦାସ, ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ଦାସ, ସିୱାଇଏସ୍‌ଡିର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

-୦-

ବିଭୂତି ନାୟକ ,ସୂଚନାଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *