କଟକ ସଦର, ୦୨/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ପଞ୍ଚାୟତର ପୂର୍ବତନ ସରପଂଚ ସମାଜସେବୀ ଅଲେଖ ଦାସଙ୍କର ୮୦ ବର୍ଷ ବୟସରେ ଆଜି (ସୋମବାର) ପ୍ରତ୍ୟୁଷରେ ପରଲୋକ ଘଟିଥିବା ଜଣାପଡିଛି।ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଵା ବେଳେ କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସ୍ୱର୍ଗତ ଦାସଙ୍କ ଶାଳକ ରତ୍ନାକର ବେହେରା, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ପୂର୍ବତନ ଅଧ୍ୟକ୍ଷ ସତ୍ୟଜେନା, ପୂର୍ବତନ ଉପାଧ୍ୟକ୍ଷ ତ୍ରିଲୋଚନ ଭୋଇ, ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା,ଵାରଦା ସରପଂଚ ନିରୋଜା ନଳିନୀ ଦାସ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶଵାଧାରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ଦାସଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ଜଣାପଡିଛି।