ନିରାକାରପୁର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ୩୦ତମ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ୬-୫ ଗୋଲରେ ୟଙ୍ଗ ଉତ୍କଳ, କଟକ ,ପପୁଲାର କ୍ଲବ, ଢେ଼ଙ୍କାନାଳ କୁ ହରାଇ ଫାଇନାଲରେ ଚାମ୍ପିଅନ ହୋଇଛି।
ଖେଳର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧ ଖେଳ ଶେଷ ପର୍ୟ୍ୟନ୍ତ ଉଭୟ ଦଳ ୨-୨ ବରାବର ସ୍ଥିତିରେ ରହିବା ଫଳରେ ରେଫରୀ ଟାଇବେ୍ରକର ଜରିଆରେ ଖେଳ କରିବାରୁ ଏଥିରେ ଢେଙ୍କାନାଳ କୁ କଟକ ୟଙ୍ଗ ଉତ୍କଳ କ୍ଳବ୍ ୬-୫ ରେ ଚଳିତ ବର୍ଷ ସର୍ବ ଭାରତୀୟ ସଖା ସଂଘ ଫୁଟବଲ କପ୍ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି। ଆଜିର ଖେଳକୁ ଶିବଶଙ୍କର ପଣ୍ଡା, ସୁଜିତ୍ କୁମାର ପାତ୍ର,ମିର୍ଜା ସିରାଜ ଉଦ୍ଧିନ ବେଗ,ହୃଦାନନ୍ଦ ମହତରାୟ ଓ ଅକ୍ଷୟ କୁମାର ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ପାତ୍ର, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭା ସାଂସଦ ମୁନା ଖାଁ , ବିଶିଷ୍ଟ ଅତିଥି ଭାବେ ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର , ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ମୋ କଲେଜ ଉପଦେଷ୍ଟା ତନ୍ମୟ ସ୍ବାଇଁ, ରାଜ୍ୟ ମହିଳା କମିଶନ ପୂର୍ବତନ ସଭ୍ୟା ତଥା ବିଜେଡି ଛାତ୍ର ନେତ୍ରୀ ସ୍ୱାଗତିକା ମହାନ୍ତି, ବିଜେଡି ନେତା ରାଜେଶ ପରିଡ଼ା, ରାଜ୍ୟ ବିଜେଡି ଯୁବ ଜନତା ଦଳ କାର୍ୟ୍ୟକାରୀ ସଭାପତି ଦୃତି ରଞ୍ଜନ ମାର୍ଥା, ଛାତ୍ର ବିଜୁ ଜନତା ଦଳ ସଭାପତି ବିଶ୍ୱଦୀପ ପ୍ରଧାନ , ବିଜେଡି ଯୁବ ନେତା ଶୁଭମ ଦାଶ ଓ ସମାଜସେବୀ ବିଜୟ କେତନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହ ସମାରୋହରେ ସଭାପତିତ୍ବ କରିଥିଲେ ।
ସଭାକୁ ଡ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିବାବେଳେ କମଳ ଲୋଚନ ପ୍ରଧାନ ଓ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ସହଯୋଗ କରିଥିଲେ। ଏହି କାର୍ୟ୍ୟକ୍ରମରେ ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ସଂଘ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ଵର୍ଗଗୀୟା ମାତା ଉଷାରାଣୀ ପ୍ରଧାନ ଓ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ସ୍ଵର୍ଗଗୀୟା ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ଦଳର ଭଲ ଖେଳାଳି, ବେଷ୍ଟ ଅଫ ଦି ଟୁର୍ଣ୍ଣାମେଣ୍ଟ ସ୍ଵର୍ଗତ ଡଃ ମହେଶ୍ୱର ଖାଡଙ୍ଗା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୁତ୍ର ପ୍ରଣବ ଖାଡଙ୍ଗା ଦ୍ଵାରା ପ୍ରଦତ୍ତ ଟ୍ରଫି ଖେଳାଳି ପ୍ରଦାନ କରାଯାଇଥିଲା। ସେହିପରି ଆହୁରି ଅନେକ ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଫଳ ଖେଳାଳି, କର୍ମକର୍ତ୍ତା ଓ ସାମ୍ବାଦିକ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଅତିଥିମାନେ ଆଜିର ବିଜେତା ଓ ରନର୍ଷ ଅପ୍ ଦଳକୁ ଟ୍ରଫି ଓ ଅର୍ଥ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜେନା, ସମ୍ପାଦକ ଭାଗିରଥି ପ୍ରଧାନ, ସହ ସମ୍ପାଦକ ଦୀପକ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହରିହର ସିଂହ, ବରିଷ୍ଠ କର୍ମକର୍ତ୍ତା ମହେଶ୍ୱର ବେହେରା,ଲଲାଟେନ୍ଦୁ ରଥ, ଲଛମନ ନାୟକ , ମନୋଜ ପ୍ରଧାନ, ବସନ୍ତ କୁମାର ରଣବୀର, ସନ୍ତୋଷ କୁମାର ବାରିକ, ଚିତ୍ତରଞ୍ଜନ ବେହେରା, କାର୍ତ୍ତିକ ସାମନ୍ତରାୟଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ।
