ଯାଜପୁର, ୨୦/୧୧/୨୦୨୪ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନର୍ବାସ ସେବା ଓ ଥଇଥାନ କେନ୍ଦ୍ର, ଭଦ୍ରକ ସହଯୋଗରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସହାୟତାରେ ଦିବ୍ୟାଙ୍ଗ ମାନଙ୍କୁ ଆବଶ୍ୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଯୋଗଦେଇ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ନ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର, ଭଦ୍ରକ ସମ୍ପାଦକ ଡ଼ା. ଭଗବାନ ପରିଡା ଏବଂ କର୍ମଚାରୀ ମୋନାଲିସା ସୁନ୍ଦରରାୟ, କମଳାକାନ୍ତ ବାରିକ, ରତିକାନ୍ତ ନାୟକ, ଉମେଶ ଚନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା ଏହି ଶିବିର ପରିଚାଳନା କରିଥିଲେ ଏହି ଶିବିରରେ ୧୨ ଟି ଟ୍ରାଇ ସାଇକେଲ, ୬ ଟି ହୁଇଲ୍ ଚେୟାର, ୧ ଟି ସ୍ମାର୍ଟ ଫୋନ, ୧ ହଳ ଶ୍ରବଣ ବାଧିତ ଯନ୍ତ୍ର, ୧ ଟି ସିପି ୱାକର, ୧୨ ଟି କୃତ୍ରିମ ଅଙ୍ଗ, ୧୦ ଯୋଡା ଆଶାବାଡୀ, ୭ ଟି କାଲିଫର୍ ଜୋତା, ୩ ଟି ରୋଲେଟର, ୩ ଗୋଟି ୱାକିଙ୍ଗ ଷ୍ଟିକ, ଏହିପରି ୪୩ ଜଣ ଭିନ୍ନକ୍ଷମଙ୍କୁ ୫୬ ଗୋଟି ଉପକରଣ ବଣ୍ଟନ କରାଯାଇଥିଲା।
ସଭା ପରିଚାଳନାରେ ଅନ୍ୟ ସହଯୋଗୀ କର୍ମଚାରୀ ସଂଗ୍ରାମ କେଶରୀ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୋମନାଥ ମଲ୍ଲିକ, ଅନୀଳ କୁମାର ସାହୁ, ସାଇ ସୁରଜ୍ ସିଂ, ସ୍ନେହାଶିଷ ମିଶ୍ର, ଭଗବାନ ଜେନା ଓ ଦୀପକ ଜେନା ଆଦି ସହଯୋଗ କରିଥିଲେ।