କଟକ ସଦର, ୧୭/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକର ଐତିହାସିକ ବାଲିଯାତ୍ରାକୁ
କଟକ ଉତ୍କଳ ଵାଳାଶ୍ରମର ପିଲାମାନଙ୍କୁ ବୁଲାଇବାକୁ ନେଇ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ
ସଭାପତି ମନୋଜ ନାୟକ (ଟୁଟନ) ଏକ ସୁନ୍ଦର ପ୍ରୟାସ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି। ପିଲା ମାନଙ୍କୁ ବାଲିଯାତ୍ରା ତୁଲାଇବା,ଦୋଳି,ଚକ୍ରିରେ ବସାଇବା ସହିତ ଖାଦ୍ୟ ଖାଇବାର ମଜା ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଥିବାରୁ ଟୁଟନ ଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି।
