ରାଜଧାନୀ ଭୁବନେଶ୍ୱର ରେ ଭୂମିକମ୍ପ

ଭୁବନେଶ୍ୱର,୦୩/୧୧/୨୦୨୪ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱର ରେ ଭୂମିକମ୍ପ। ରବିବାର ସକାଳେ ଭୁବନେଶ୍ୱରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଖୁବ କମ ସମୟ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ସାମାନ୍ୟ ଝଟକା ଲାଗିଛି । ରବିବାର ସକାଳ ପ୍ରାୟ ୭ଟା ୧୫ ମିନିଟରେ ରାଜଧାନୀ ଭୁବନେଶ୍ବରରେ ଭୂମିକମ୍ପ ହୋଇଥିଲା। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ୨ରୁ ୩ ସେକେଣ୍ଡ ଲାଗି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ବିଶେଷକରି ପୁରୁଣା ଭୁବନେଶ୍ବର ସମେତ ଭୀମଟାଙ୍ଗୀ, ସିଆର୍‌ପି, ନୟାପଲ୍ଲୀ ଅଞ୍ଚଳରେ କଂପନ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାଏ ସ୍ପଷ୍ଟ କରାଯାଇନାହିଁ।  ସେସମୋଲୋଜି ବିଭାଗ ପାଖରେ ଖବର ନଥିବା ସୂଚନା ଥିବା ବେଳେ କେତେ ଥିଲା ତିବ୍ରତା, କେଉଁଠି ଥିଲା କେନ୍ଦ୍ରସ୍ଥଳ ସୂଚନାକୁ ଅପେକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *