ଦଶରଥପୁର, ୩୦/୧୦/୨୦୨୪ (ଓଡ଼ିଶା ସମାଚାର)-ଜନ୍ମ ଅଛିତ ମୃତ୍ୟୁ ଅଛି। ଚାକିରୀ ଅଛିତ ଅବସର ଅଛି । କିନ୍ତୁ ଅବସର ପରେ ପୂଜ୍ୟସ୍ପଦ ହୋଇ ରହିଯାଆନ୍ତି ସେଇ ମାନେ ଯିଏ ନିଜ କର୍ମଭୂମିରେ ନିଜକୁ ଉତ୍ସଗୀକୃତ କରିଥାନ୍ତି । ଦଶରଥପୁର ବ୍ଲକ କସ୍ପା ପଞ୍ଚାୟତସ୍ଥ ନେହେରୁ ଉପ୍ରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତୁଷାର ରଞ୍ଜନ ସାମଲ ଆଜି ଅବସର ଗ୍ରହଣ କରିଥିବା ବେଳେ ବିଦ୍ୟାଳୟରେ ତୁଷାର ସାର ଯଦିବା ୨ ବର୍ଷ ଶିକ୍ଷାଦାନ କରିଛନ୍ତି କିନ୍ତୁ ସମସ୍ତଙ୍କ ହୃଦୟରେ ରହି ଯାଇଛନ୍ତି ସେ । ମିଷ୍ଟଭାଷୀ,ଛାତ୍ର ବତ୍ସଳ,ସମୟାନୁବର୍ତ୍ତିତା , କର୍ମଜୀବି ତୁଷାର ସାରଙ୍କୁ ବିଦାୟ ଦେଇ ଝୁରୁଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମାନେ । ତୁଷାର ସାରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ସମସ୍ତଙ୍କ ଆଖିରୁ ଲୁହ ଝରିପଡୁଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଧର୍ମାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦଶରଥପୁର ବ୍ଲକର ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଦଶରଥପୁର ବ୍ଲକର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମହାନ୍ତି,ଦଶରଥପୁର ବ୍ଲକର ପ୍ରାକ୍ତନ ଏବିଓ ରବି ନାରାୟଣ ତ୍ରିପାଠୀ,କସ୍ପା ସରପଞ୍ଚ ଦୀପ୍ତିବାଳା ନାୟକ, ସମାଜସେବୀ ମନୋଜ ରାଉତ,ଅର୍ଦ୍ଦାଉଳିଆ ନୋଡାଲ ଉପ୍ରା ବିଦ୍ୟାଳୟ ସାଧନକେନ୍ଦ୍ର ସଂଯୋଜକ ଅଶୋକ କୁମାର ବିଶ୍ୱାଳ, ନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପ୍ରଧାନ, ନେହେରୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ମଲ୍ଲିକ, ଅର୍ଦ୍ଦାଉଳିଆ କ୍ଲଷ୍ଟରର ପ୍ରାକ୍ତନ ସିଆରସିସି ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲାବେଳେ ମୃତ୍ୟୁଞ୍ଜୟ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିବାବେଳେ କରୁଣାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଆଜି ଅବସର ଗ୍ରହଣ କରିଥିବା ତୁଷାର ରଞ୍ଜନ ସାମଲଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଏହି ସଭାରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ତାରାକାନ୍ତ ବେହେରା, ପତିତପାବନ ରାଉତ, ସୁବୋଧ ତ୍ରିପାଠୀ , ରଞ୍ଜନ ବାରିକ ପ୍ରମୁଖ ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ କରୁଣାକର ସାହୁ, ଶ୍ରୀମତୀ ମଲ୍ଲିକ,ମୋନାଲିସା ପଣ୍ଡା, ସ୍ବର୍ଣ୍ଣମୟୀ ଜେନା,ସଞ୍ଜୟ କୁମାର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲା ବେଳେ ବରିଷ୍ଠ ଶିକ୍ଷକ ପ୍ୟାରୀମୋହନ ରାଉତ, ଦୁର୍ଗାପ୍ରସନ କୁଅଁର, ରସାନନ୍ଦ ଦାସ, ବିନୋଦ ମହାନ୍ତି, ଉମାକାନ୍ତ କୁଅଁର, ବାଇଧର ଦାସ,କୈଳାସ ଜେନା, ବସନ୍ତ ମହାନ୍ତି, ପ୍ରଦୀପ କୁମାର ସାମଲ,ଗତିକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।