ଏ ସି ରୁମରେ ବସି ବାତ୍ୟା ମୁକାବିଲା ପାଇଁ ଵିଡିଓ ହେଲେ ସମ୍ବର୍ଦ୍ଧିତ, ବିଧାୟକ ହେଲେ ଉପେକ୍ଷିତ

କଟକ ସଦର,୨୭/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ବାତ୍ୟା ଅଧ୍ୟୁଷିତ ଵ୍ଲକର ଵିଡ଼ିଓ ମାନେ ଉଲ୍ଲେଖନୀୟ ସେବା ଯୋଗାଇ ଦେଇ ପ୍ରଶଂସିତ କିମ୍ବା ସମ୍ବର୍ଦ୍ଧିତ ହୋଇନଥିବା ବେଳେ କଟକ ସଦର ଵ୍ଲକରେ ବାତ୍ୟାର ଚିହ୍ନଵର୍ଣ୍ଣ ନଥିବା ଵିଡିଓ ଏସି ରୂମରେ ବସି ଏମିତି କ’ଣ ମୁକାବିଲା କଲେ ଯେ ଵରାଦିୟା ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହେଲେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସାରା ରାତି ଵର୍ଷା ରେ ଭିଜି ଭିଜି ନିରବଚ୍ଛିନ୍ନ ଭାବେ ବାତ୍ୟା ଆଶ୍ରୟସ୍ଥଳୀ ଵୁଲିଵା ସହିତ ଲୋକଙ୍କ ଵିପଦର ବନ୍ଧୁ ସାଜିଲେ , ହେଲେ ତାଙ୍କୁ ଉପେକ୍ଷା କରି ଵିଡିଓ ପ୍ରାୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିଜକୁ ସାମିଲ କଲେ ତାକୁ ନେଇ ଭୃକୁଞ୍ଚନ ସୃଷ୍ଟି ହୋଇଛି।  ବିଧାୟକଙ୍କ ଲୋକପ୍ରିୟତା ହ୍ରାସ କରିବା ପାଇଁ ପରୋକ୍ଷରେ ଵିଡିଓ ଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏଥିସହିତ ଵିଡିଓ ଙ୍କ ସହିତ ବିଧାୟକ ଙ୍କର ସମନ୍ବୟ ଅଭାବ ଥିବା ଜଳଜଳ ହୋଇ ଦେଖାଦେଇଛି।

Leave a Reply

Your email address will not be published. Required fields are marked *