କଟକ ସଦର,୨୭/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ଆଜି ରବିବାର ଦିନ ପୁନଃର୍ଗଠିତ ହୋଇଛି। ଏହି ଉପଲକ୍ଷେ କନ୍ଦରପୁର ଠାରେ ଥିବା ଫୁଲମା କଲ୍ୟାଣ ମଣ୍ଡପ ଠାରେ ପରିଷଦର ବରିଷ୍ଠ ସଦସ୍ୟ ରଘୁନାଥ ଚୈ।ଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ପରିଷଦର ସଭାପତି ଥିବା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଇସ୍ତଫା ଦେବା ପରେ ପ୍ରଭାତ କୁମାର ସେଠୀ (ଜଗା) ଙ୍କୁ ସର୍ବସମ୍ମତିକ୍ରମେ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏଥିସହିତ କାର୍ଯ୍ୟକାରୀ ସଭାପତି ଭାବେ ବିମଳ ପଣ୍ଡା ଓ ସଂଯୋଜକ ଭାବେ ଅଶୋକ ସାହୁଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଅନେକ ସଦସ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସୁରେଶ ଜେନା, ଲକ୍ଷ୍ମୀଧର ଜେନା, ଅବିନାଶ ଆନନ୍ଦ ମହାନ୍ତି, ପ୍ରଦୀପ୍ତ ଦାସ,ଦେଵୀ ପତି, ଗୋକୁଳ ପ୍ରଧାନ, ଲକ୍ଷ୍ମୀପ୍ରିୟା ସ୍ୱ।ଇଁ, ସରୋଜ ବାରିକ୍,ଅନନ୍ତ ନାଥ,ଜୈ।ତିପ୍ରକାଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ପରିଷଦର ମିଡ଼ିଆ ସଂଯୋଜକ ସେବକ ଇଂ ଶ୍ରୀକାନ୍ତ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପରିଷଦର ନବନିର୍ବାଚିତ ସଭାପତି ପ୍ରଭାତ ସେଠୀଙ୍କୁ କଟକ ସଦର ଵିଚାର ମଂଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଆଗାମୀ ଦିନରେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ପରିଷଦ ଆହୁରି କ୍ରିୟାଶୀଳ ହେବ ବୋଲି ବିଧାୟକ ଇଂ ସେଠୀ ବକ୍ତବ୍ୟରେ କହିଥିଲେ।