ମହାଲକ୍ଷ୍ମୀ ବଣିକ ସଂଘ ର ୫୯ ତମ ବାର୍ଷିକୋତ୍ସବ

ଭୁବନ ୧୯/୧୦/୨୦୨୪ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର ତରଫରୁ ୫୯ ତମ ବାର୍ଷିକ ଲକ୍ଷ୍ମୀପୂଜା ଉତ୍ସବ ଉଦଘାଟିତ ହୋଇଯାଇଛି । ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ,ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ବକ୍ତା,କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା,ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ ସମ୍ମାନିତ ଅତିଥି ଭାବେ  ଯୋଗଦେଇଥିଲେ । ବସନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ବସନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବରିଷ୍ଠ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ସାହୁ,ଦୂରଦର୍ଶନ ର ସ୍ଵୀକୃତି ପ୍ରାପ୍ତ ନିର୍ଦ୍ଦେଶକ,ପ୍ରଯୋଜକ ଭଗବାନ ଗୁରୁ,ନାଟ୍ୟ ନିର୍ଦ୍ଦେଶକ ଗୁରୁ ପ୍ରସାଦ ମିଶ୍ର,ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ,ଶିଳ୍ପୀ ଜ୍ୟୋତିଷ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶୋଭାଯାତ୍ରାରେ ଆସିଥିଲେ ।

Leave a Reply

Your email address will not be published. Required fields are marked *