କିଶନନଗର ଥାନା ପକ୍ଷରୁ ବିପୁଳ ପରିମାଣର ବେଆଇନ ବାଣ ଜବତ, ଅଭିଯୁକ୍ତ ଗିରଫ 

କଟକ ସଦର, ୦୮/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନା ରଟିଲୋ ପଞ୍ଚାୟତ ହରିପୁର ଗ୍ରାମର ଜିତୁ ଓରଫ ଜୈ।ତିରଞ୍ଜନ ପାତ୍ର ଙ୍କ ଘରୁ ୧୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବିପୁଳ ପରିମାଣର ବେଆଇନ ବାଣ ଜବତ ହେବା ସହିତ ଅଭିଯୁକ୍ତ ଜିତୁକୁ ମାମଲା ନଂ ୨୭୪/ ୨୦୨୪ ଗିରଫ କରି ଆଜି ଅଦାଲତ ଚାଲାଣ କରାଯାଇଥିବା ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ବେଆଇନ ବାଣ ଜବତ ଚଢ଼ାଉ କାର୍ଯ୍ୟକ୍ରମ ରେ କିଶନନଗର  ସହିତ ସାଲେପୁର ଓ ନିଶ୍ଚିନ୍ତକୋଇଲି ଥାନା ପୋଲିସ ସହାୟତା କରିଥିବା ଜଣାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କିଶନନଗର ଥାନା ଅଧିକାରୀ ସୁମନ୍ତ କିଶାନ ଙ୍କ ସହିତ ତଦନ୍ତକାରୀ ଅଧିକାରୀ ଲକ୍ଷ୍ମୀଧର ବେହେରା ଉପସ୍ଥିତ ଥିଲେ। ଏହି ଚଢାଉ ପରେ ବେଆଇନ ବାଣ ବିକ୍ରେତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *