ଅନିଲ ମିଶ୍ରଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ବୋର୍ଡର ଆର୍ଥିକ ସହାୟତା

ଭୁବନେଶ୍ୱର, ୦୧/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାପ୍ତାହିକ ସମ୍ବାଦପତ୍ର ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି (ଇପିଏ)ର ସମ୍ପାଦକ ଅନିଲ ପ୍ରସାଦ ମିଶ୍ରଙ୍କ ଏକାଦଶାହ ଅବସରରେ ନୟାପଲ୍ଲୀସ୍ଥିତ ଏନ୍-୬ରେ ଥିବା ରାମେଶ୍ୱର ମନ୍ଦିରଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର କର୍ମକର୍ତାମାନେ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କଲ୍ୟାଣ ବୋର୍ଡର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ସହଧର୍ମିଣୀ ଅଞ୍ଜଳି ମିଶ୍ରଙ୍କ ହସ୍ତରେ ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ । ଆର୍ଥିକ ରାଶି ପ୍ରଦାନ ବେଳେ ସ୍ୱର୍ଗତ ମିଶ୍ରଙ୍କ ପୁତ୍ର ଅନୁରାଗ ମିଶ୍ର, ସାମ୍ବାଦିକ ମୁୂରଲୀ ମିଶ୍ର ଓ ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟର ପରଲୋକଗତ ସରକାରୀ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ପରିବାରବର୍ଗକୁ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ଧାରା ଅବ୍ୟାହତ ରହିଛି । ପୂର୍ବରୁ ସ୍ୱର୍ଗତ ବୈଷ୍ଣବ ଚରଣ ଜେନା, ଆଳୟ କୁମାର ମହାନ୍ତି, ଅଜିତ କୁମାର ମହାନ୍ତି ଓ ଅରୁଣ କୁମାର ପଣ୍ଡାଙ୍କ ପରିବାରବର୍ଗଙ୍କୁ କଲ୍ୟାଣ ବୋର୍ଡ ଆର୍ଥିକ ସହାୟତା ପ୍ରଦାନ କରିଥିଲା ।

Leave a Reply

Your email address will not be published. Required fields are marked *