ଭୁବନେଶ୍ୱର, ୧୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୋଲକତାର R.G.Kar Medical College & Hospital ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦରେ ଭାରତୀୟ ଚିକିତ୍ସା ସଂଘର ଆହ୍ବାନ କ୍ରମେ ଆଜି ଉତ୍କଳ hospital Bhubaneswar ର ଡାକ୍ତର ମlନେ କଳାବ୍ୟାଚ ପିନ୍ଧି ବିରୋଧରେ ସାମିଲ ହେlଇ ପ୍ରତିବାଦ କରିବାସହ ଧାରଣାରେ ବସିଥଲେ । ପରେ ଏକ ମାର୍ଚ୍ଚ କରି ଶୈଳଶ୍ରୀ ବିହାର ଛକ ଆଡ଼କୁ ଯାଇଥିଲେ ପ୍ରାୟ ସମସ୍ତେ stop violence against Doctors,Stand for justice ଲେଖା ଥିବା placard ଓ ବ୍ୟାନର ଧରି ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ଏବଂ ଏହି ଘଟଣାର ତ୍ଵରିତ ନ୍ୟାୟ ପାଇଁ ଦାବି ଜଣାଇଛନ୍ତି ।
ଭାରତୀୟ ଚିକିତ୍ସା ମହାସଂଘ ପକ୍ଷରୁ ଦେଶର ସମସ୍ତ ଡାକ୍ତର ମାନଙ୍କୁ ୨୪ ଘଣ୍ଟିଆ ସେବା ପ୍ରତ୍ୟାହାର ପାଇଁ ଆହ୍ଵାନ ଦିଆଯାଇଥିଲା l ଆଜି ସକାଳ ୬.୦୦ ଠାରୁ ଆସନ୍ତାକାଲି ସକାଳ ୬.୦୦ ପର୍ଯ୍ୟନ୍ତ ସମୟ ମଧ୍ୟରେ OPD ସେବା ବନ୍ଦ ରହିବ, ତେବେ casualty ଏବଂ ଜରୁରୀ କାଳୀନ ସେବା ଜାରିରହିବ ।