ବାଲିଗୁଡା, ୩୦/୭/୨୦୨୪ (ଓଡ଼ିଶା ସମାଚାର)- ବାଲିଗୁଡା ଏନଏସି ର ଜଣେ ସଫେଇ କର୍ମଚାରୀଙ୍କୁ ଜଳଖିଆ ଦୋକାନୀ ଆକ୍ରମଣ କରିଥିବା ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି ।ସୁଚନା ପ୍ରକାରେ ଜଣେ ସଫେଇ କର୍ମଚାରୀ ଆକାଶ ନାୟକ ବାଲିଗୁଡା ମେଡିକାଲ ସମ୍ମୁଖରେ ଥିବା ଜଳଖିଆ ଦୋକାନର ମାଲିକ ପ୍ରଶନ ସାବତଙ୍କୁ କହିଥିଲେ ଯେ ଜଳଖିଆ ପତ୍ର ଗୁଡାକ ଡଷ୍ଟବିନରେ ନପକାଇ ବାହାରେ ପକାଉଛୁ କହି ବାରଣ କରିଥିବାରୁ ତାଙ୍କ ଉପରେ ଗରମ ତେଲ ପକାଇଦେଇଥିଲେ । ଯାହାଫଳରେ ତାଙ୍କ ହାତ ଓ ବେକରେ ତେଲଛିଟା ପଡିଥିଲା । ଏହାପରେ ସଫେଇ କର୍ମଚାରୀ ଜଣଙ୍କ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି । ଏହାପରେ ସମସ୍ତ ସଫେଇ କର୍ମଚାରୀ ମାନେ ଏକତ୍ରିତ ହୋଇ ଥାନାକୁ ଯାଇ ଆମକୁ ଆକ୍ରୋଷ ମୁଳକଭାବେ ଆକ୍ରମଣ କରିବା ନିନ୍ଦନୀୟ । ଆମକୁ ସୁରକ୍ଷା ଦିଆଯାଉ ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉବୋଲି କହିଥିଲେ ,ଏହାପରେ ଉପଜିଲାପାଳ କାର୍ଯ୍ୟାଳୟକୁ ଯାଇ ଉପଜିଲାପାଳଙ୍କୁ ଘଟଣା ସମ୍ବନ୍ଧରେ କହିଥିଲେ । ଉପଜିଲାପାଳ ଡା ରୀନା ପ୍ରଧାନ ସଫେଇ କର୍ମଚାରୀ ମାନଙ୍କୁ ବୁଝାଇବା ସହ ଜଳଖିଆ ଦୋକାନୀଙ୍କୁ ମଧ୍ୟ ବୁଝାଇଥିଲେ । ଆଗକୁ ଯେପରି ଏମିତି ନହେବ କହି ବୁଝାଇବା ପରେ ସଫେଇ କର୍ମଚାରୀ ମାନେ କାମରେ ଯୋଗ ଦେଇଥିଲେ ।