ବିନାୟକ ଇଂରାଜୀ ବିଦ୍ୟାଳୟ ରେ ଖାଦ୍ୟ ପ୍ରଦର୍ଶନୀ 

ଭୁବନ, ୦୨/୧୨/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶନିବାର ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କାମାକ୍ଷା ପ୍ରସାଦ ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ସୁପ୍ରଭା ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସହ ସମ୍ପାଦକ ନରହରି ସାହୁ ଯୋଗଦେଇ ଖାଦ୍ୟର ବିଶେଷତ୍ଵ ଓ ସୁଷମ ଖାଦ୍ୟ ସଂପର୍କ ରେ ଆଲୋଚନା କରିବା ସହ ୫୦ ଟି ଷ୍ଟଲ ରେ ଖାଦ୍ୟର ମାନ ଓ ସ୍ଵାଦ ମୂଲ୍ୟାୟନ କରିଥିଲେ। ଶତାଧିକ ଅଭିଭାବକ ମଧ୍ୟ ଖାଦ୍ୟ ର ସ୍ଵାଦ ଚାଖିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *