ଦୁଇଟି ଦେଶୀ ପିସ୍ତଲ, ଜୀବନ୍ତ ଗୁଳି, ନଗଦ ୯,୭୦୦ ଟଙ୍କା, ୬ ଟି ମୋବାଇଲ, ବେହୋସ୍ ସ୍ପ୍ରେ ଓ ଦୁଇଟି କାର ସହିତ ଡକାୟତି ପାଇଁ ଅନ୍ୟାନ୍ୟ ସାମଗ୍ରୀ ଜବତ
ନିରାକାରପୁର,୧୩/୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କ ନିକଟ ରାମେଶ୍ବର ହସ୍ପିଟାଲ୍ ନିକଟରେ କିଛି ଡକାୟତ ଡକାୟତ ପାଇଁ ଉଦ୍ୟମ ଖବର ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ କୌଣସି ସୂତ୍ରରୁ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ପାଟ୍ରୋଲିଙ୍ଗ ରେ ଥିବା ଏସ ଆଇ ଦିପାଲିଶା ନାୟକ,
ଏସଆଇ ଅରବିନ୍ଦ ରାଉଳ ଘଟଣାସ୍ଥଳରେ ପହଞ୍ଚି ସନ୍ଦେହରେ ପଚରାଉଚରା କରିବାକୁ ଯିବାବେଳେ ହଠାତ୍ ମୁଖ୍ୟ ଆସାମୀ ସେଠାରୁ ଏକ ଏଫ୍ ଜେଡ ବାଇକ ଯୋଗେ ଅନ୍ୟ ଜଣକୁ ନେଇ ପୁରୀ ଆଡ଼କୁ ପଳାଇ ଥିଲା। ଆଉ ଜଣେ ଦୌଡ଼ି ଜଙ୍ଗଲ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଯାଇଥିବା ନୟାଗଡ ଇଟା ମାଟି ଆନନ୍ଦ ପଲ୍ଲୀ ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ (୩୦), ଶ୍ରୀଧର ପ୍ରଧାନ (୨୪), ରଣପୁର ଥାନା ନରସିଂପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ (୨୦), ପୁରୀ ଜିଲ୍ଲା ସଦର ଥାନା ଟିଙ୍କୁଡ଼ି ଗ୍ରାମର ମିଟୁ ପ୍ରଧାନ (୩୨) ଓ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଆଦର୍ଶ ଥାନା ଜରିପୁଟ ଗ୍ରାମର ସଂଗ୍ରାମ ମଙ୍ଗରାଜ (୨୭) ଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି,
ନଗଦ ୯,୭୦୦ ଟଙ୍କା, ୬ ଟି ମୋବାଇଲ, ବେହୋସ୍ ସ୍ପ୍ରେ , ମାସ୍କ , ସ୍ପିରିଟ , ଗ୍ଲୋବସ ଓ ଦୁଇଟି କାର ନଂ( ଓ ଡି ୩୩ ଏଲ ୮୧୯୧, ଓ ଡି ୦୨ ବି ଏଚ ୨୩୩୨) ସହିତ ଡକାୟତି ପାଇଁ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇ ଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯିବା ପରେ ଅନ୍ୟ ଫେରାର ଆସାମୀ ମାନଙ୍କୁ ପୋଲିସ ଧରିବାକୁ ଚେଷ୍ଟା ଜାରି ରଖିଛି। କେସ ନଂ ୧୮୫ /୨୪ ରେ ମାମଲା ରୁଜୁ କରି ଆଜି ଗିରଫ ୫ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।