ମଇଁ ୨୯ ତାରିଖରୁ ଜୁନ୍ ୫ ତାରିଖ ଯାଜପୁର ସହର ମଧ୍ୟଦେଇ ଭାରି ଯାନ ଓ ୪ ଚକିଆ ଯାନ ଚଳାଚଳ ନିଷିଦ୍ଧ ।

ଯାଜପୁର, ୩୦/୫/୨୦୨୪ (ଓଡ଼ିଶା ସମାଚାର)- ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ତା ୨୯ା୦୫ା୨୦୨୪ ରିଖ ଠାରୁ ୦୫ା୦୬ା୨୦୨୪ ରିଖ ପର୍ଯ୍ୟନ୍ତ ୮ ଦିବସ ଧରି ଯାଜପୁର ସହର ମଧ୍ୟ ଦେଇ ଭାରି ଯାନ ଓ ୪ ଚକିଆ ଯାନ ଚଳାଚଳକୁ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ, ଭା.ପ୍ର.ସେ. ନିଷିଦ୍ଧ କରିଛନ୍ତି ।
ନିର୍ବାଚନ ପରିପ୍ରେକ୍ଷୀରେ ସହର ମଧ୍ୟରେ ଥିବା ବିଭିନ୍ନ ରାସ୍ତା ଭାରିଯାନ ଓ ୪ ଚକିଆ ଯାନ ଯାତାୟତ କରିବା ଦ୍ୱାରା ଅହେତୁକ ଅବରୋଧ ଓ ଟ୍ରାଫିକ ଜାମ୍ କୁ ଦୃଷ୍ଟିରେ ରଖି ମୋଟର ଯାନ ଅଧିନିୟମ ୧୯୮୮ଅନ୍ତର୍ଗତ ଅନୁଚ୍ଚ୍ଥେଦ ୧୧୫ ଅନୁଯାୟୀ ଜିଲାପାଳ ନିର୍ବାଚନ କାର୍ଯ୍ୟକୁ ସୁପରିଚାଳନା ନିମନ୍ତେ ଏହି ନିଷେଧାଜ୍ଞା ଜାରି କରିଛନ୍ତି । ତଦନୁଯାୟୀ ବିଂଝାରପୁର ପଟୁ ଆସୁ ଥିବା ଭାରି ଯାନ ଓ ୪ ଚକିଆ ଯାନ ଅଠରନଳା ଠାରୁ ଦିଗ ପରିବର୍ତନ କରି ବଲ୍ଳଭିଘାଟ ମଧ୍ୟଦେଇ ରିଂ ରୋଡରେ ବାହାରିବେ । ଦଶରଥପୁର ପଟୁ ଆସୁଥିବା ଭାରି ଯାନ ଓ ୪ ଚକିଆ ଯାନ ନଦୀବନ୍ଧ ରାସ୍ତା ଦେଇ ଯିବେ । କୁଆଖିଆ ପଟୁ ଆସୁଥିବା ଭାରି ଯାନ ଓ ୪ ଚକିଆ ଯାନ ବୁଢା ଘାଟ ନଦୀ ବନ୍ଧଦେଇ ଯିବେ । ସେହିପରି ସଠିପୁର ପଟୁ ଆସୁଥିବା ଭାରି ଯାନ ଓ ୪ ଚକିଆ ଯାନ ରେଡକ୍ରସ ଛକ ଠାରୁ ଭାୟା ମହାବୀର ଛକ ଏବଂ କୁସୁମା ପଛପଟ ରାସ୍ତା ଦେଇ ପାସ୍ କରିବେ ।
ଏହା ସର୍ବସାଧରଣଙ୍କ ଅବଗତି ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *