ଟେନସା, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)-ଭୁବନେଶ୍ୱର ସ୍ଥିତ ସୋସାଇଟି ଅଫ୍ ଜିଓ ସାଇଣ୍ଟିଷ୍ଟ ଏଣ୍ଡ ଆଲାଇଡ୍ ଟେକ୍ନୋଲୋଜିଷ୍ଟ (ଏସଜିଏଟି) ଙ୍କ ତତ୍ୱାବଧାନରେ ୨୨ ନଭେମ୍ବର ୨୦୨୩ତାରିଖରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଟିଆରବି ଆଇରନ୍ ମାଇନ୍ସ, ଟେନସା ଠାରେ ପରିବେଶ ଓ ଖଣିଜ ସମ୍ବଦ୍ଧିତ ସଚେତନତା କାର୍ଯ୍ୟକ୍ରମ ଆଯୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ୧୮ଟି ବିଦ୍ୟାଳୟର ଛାତ୍ର ଏବଂ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଇଡା ଖଣି ଉପନିର୍ଦ୍ଦେଶକ ଅଶିତ ବେହେରା ଯୋଗଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କୋଇଡା ଖଣି ଅଫିସର ବସନ୍ତ କୁମାର ସାହୁ , ଭଞ୍ଜ କିଶୋର ସା,ଗୋକୁଳା ନନ୍ଦ ବେହେରା, ଗଣେଶ ପରିଡା, ଜିନ୍ଦଲ ଟି ଆ ବି ଖଣି ମ୍ୟାନେଜର ଅଭିମନ୍ୟୁ ସାମଲ, ଜିଓଲୋଜିଷ୍ଟି ସଞ୍ଜୟ କୁମାର,ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଯୁବ ଛାତ୍ରମାନଙ୍କ ମଧ୍ୟରେ ଏପରି ଅଭିନବ ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ତଥା ଏହି ଅଞ୍ଚଳର ସାମଗ୍ରିକ ବିକାଶରେ ଅବଦାନ ପାଇଁ କୋଇଡା ଖଣି ଉପନିର୍ଦ୍ଦେଶକ ଅଶିତ ବେହେରା ଏସଜିଏଟିକୁ ଭୁୟସୀ ପ୍ରଶଂସା କରିଥିଲେ । ଖଣି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଖଣିଜ ପଦାର୍ଥର ମହତ୍ତ୍ୱ ତଥା ଏହାର ଆଖପାଖ ପରିବେଶ ବିଷୟରେ ଜାଣିବା ତଥା ସଚେତନ ହେବା ପାଇଁ ଏସଜିଏଟି ମାଧ୍ୟମରେ ଓଡିଶା ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସନିୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏସଜିଏଟି ସାଧାରଣ ସମ୍ପାଦକ ତ୍ରିଲୋଚନ ମହନ୍ତ, ତାପସ କୁମାର ରଥ ପ୍ରତିନିଧିତ୍ୱ କରିଥିଲେ।ପରିବେଶ ଓ ଖଣିଜ ସମ୍ବଦ୍ଧିତ ସଚେତନତା କାର୍ଯ୍ୟକ୍ରମ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲେଖା,କୁଇଜ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିତା ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଜିନ୍ଦଲ ଷ୍ଟିଲ ପାୱାର ଟି ଆର ବି ଖଣିର ମ୍ୟାନେଜର ଏସ .ପି ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ।