ନିରାକାରପୁର, ୧୮/୦୩/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ବିଜୁ ଜନତା ଦଳର ଦଳୀୟ ଟିକେଟ ପାଇବାର ଦାବିଦାର ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଦୀର୍ଘ ମାସ ଧରି ଉକ୍ତ ନିର୍ବାଚନମଣ୍ଡଳୀ ରେ ଅସଜଡ଼ା ସଂଗଠନକୁ ୱାର୍ଡ ସ୍ତର ରୁ ସଂଗଠିତ ଓ ସୁଦୃଢ କରିବାରେ ଲାଗି ପଡିଛନ୍ତି। ଶ୍ରୀମତୀ ମହାପାତ୍ର ଙ୍କ ବଳିଷ୍ଠ ନେତୃତ୍ୱ, ସମାଜ ସେବୀ ଏବଂ ଦରଦୀ ହୃଦୟ ସାଧାରଣ ରେ ବେଶ ଗ୍ରହଣୀୟ ହୋଇପାରୁଛି । ଏହି କ୍ରମରେ ଆଜି ଟାଙ୍ଗୀ ବ୍ଲକ ଟାଙ୍କୋଳ ଗ୍ରାମ ପଞ୍ଚାୟତ ରେ ପ୍ରାୟ ଶତାଧିକ ମହିଳା, ଯୁବଛାତ୍ର ଙ୍କୁ ନେଇ ଏକ ବିଶାଳ ପଦଯାତ୍ରା ରେ ପ୍ରତେକ ୱାର୍ଡ ପରିକ୍ରମା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନହିତୈଷୀ ଯୋଜନା ଓ ଘରେ ଘରେ ଶଙ୍ଖ ବାର୍ତ୍ତା ପହଞ୍ଚାଇଥିଲେ । ପ୍ରତି ୱାର୍ଡ ରେ ଶୋଭାଯାତ୍ରା ପହଂଚିବା କ୍ଷଣୀ ମା’ ଏବଂ ମୁରବି ମାନେ ଉଛ୍ୱଶୀତ ସମ୍ଭର୍ଦ୍ଧନା, ଫୁଲ, ଚନ୍ଦନ ଦେଇ ଶ୍ରୀମତୀ ମହାପାତ୍ରଙ୍କୁ ପାଛୋଟି ନେଇଥିଲେ । ଏହି କାର୍ୟ୍ୟକ୍ରମ କୁ ଆଗେଇ ନେଇଥିଲେ ସର୍ବଶ୍ରୀ ଅନନ୍ତ ସାହୁ, ମାନସ ରଣସିଂହ, ଅଶ୍ୱନି କୁମାର ବେହେରା, ବିଦ୍ୟାଧର ନାୟକ, ତପନ ପ୍ରଧାନ,ସୁମିତ୍ରା ବେହେରା, ଶକୁନ୍ତଳା ସାହୁ, ବିଜୟଲକ୍ଷ୍ମୀ ରଥ ଏବଂ ପ୍ରଭାତୀ ପରିମାଣିକ ପ୍ରମୁଖ।
ବିଜେଡି ନେତ୍ରୀ ବାସନ୍ତୀଙ୍କ ନିର୍ବାଚନୀ ସମରସଜ୍ଜା
