କ୍ରସରରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ

ଯାଜପୁର,୧୭/୦୩/୨୦୨୪ (ଓଡ଼ିଶା ସମାଚାର)- କ୍ରସରରେ କାମ କରୁଥିବା ବେଳେ ଅଘଟଣ ଘଟିଛି। ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଧର୍ମଶାଳା ତହସିଲ ରାହାଡପୁର ସ୍ଥିତ ଶିବଶକ୍ତି ଷ୍ଟୋନ୍ କ୍ରସର ମେସିନ ଚକା ଖୋଲିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ୨ ଗୁରୁତର ଆହତ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ପରିଚୟ ମିଳିପାରିନାହିଁ। ବଡ଼ଚଣା, ଜେନାପୁର ଓ ଧର୍ମଶାଳା ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। କ୍ରସରର ମ୍ୟାନେଜରଙ୍କୁ ଥାନାରେ ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *