ଗେଣ୍ଡାଳିଆ ନାଳ ଉପରେ ପୋଲ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର

ଭୁବନ, ୧୩ /୧୧/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗେଣ୍ଡାଳିଆ ନାଳ ଉପରେ ପୋଲ ନିର୍ମାଣ ପାଇଁ ଚାରି କୋଟି ଟଙ୍କା ଅର୍ଥ ରାଶି ମଞ୍ଜୁର ହୋଇଥିବା ରୁ ମୁଖ୍ୟମନ୍ତ୍ରୀ ଓ ୫- ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି । ଏହି ନାଳ ଉପରେ ଦିର୍ଘ ବର୍ଷ ଯାତାୟାତ ର ସୁବିଧା ସୁଯୋଗ ନଥିବାରୁ ବର୍ଷ ତମାମ ଲୋକମାନେ ନାହିଁ ନଥିବା ଅସୁବିଧାର ହେଉଛନ୍ତି । ଗତ କିଛି ମାସ ତଳେ ଟି ସଚିବ ଭି କେ ପାଣ୍ଡିଆନ୍ କାମାକ୍ଷନଗର ଗସ୍ତରେ ଆସିଥିବା ବେଳେ ମାର୍ଥାପୁର ଗ୍ରାମ୍ୟ କମିଟି ପକ୍ଷରୁ ଯାତାୟାତ ର ସୁବିଧା ପାଇଁ ପୋଲ ନିର୍ମାଣ କରିବା ପାଇଁ ଲିଖିତ ଆକାରରେ ଜଣାଇଥିଲେ । ସାତ ଦିନ ଭିତରେ ଆର୍ ଡି ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ମାଟି ତନଖି କରାଯାଇଥିଲା । ଗତ ବୁଧବାର ଦିନ ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୋଲ ନିର୍ମାଣ ପାଇଁ ଚାରି କୋଟି ଟଙ୍କା ଅର୍ଥ ରାଶି ମଞ୍ଜୁର କରିଛନ୍ତି । ଖୁବ୍ ଶୀଘ୍ର ପୋଲ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ହେଉଥିବା ଜଣାପଡ଼ିଛି । ପୋଲ ନିର୍ମାଣ ହେଲେ ଯାତାୟତ ରେ ସୁବିଧା ହେବା ସହ ଲୋକମାନେ ବେଶ୍ ଉପକୃତ ହେବେ । ମାର୍ଥାପୁର ଗ୍ରାମ୍ୟ କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର, ସମ୍ପାଦକ ଲକ୍ଷ୍ମଣ କୁମାର ମିଶ୍ର, ଗଣେଶ୍ଵର ମିଶ୍ର, ଅଭିମନ୍ୟୁ ମିଶ୍ର, ଅରୁଣ ମିଶ୍ର ଓ ଗ୍ରାମବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଭି କେ ପାଣ୍ଡିଆନ୍ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *