ସୌରଭ ସୁରେଖା ମେମୋରିଆଲ ବିଜ୍ଞାନ କେନ୍ଦ୍ର ଲୋକାର୍ପିତ

ନିମାପଡ଼ା, ୨୭/୦୨/୨୦୨୪ (ଓଡ଼ିଶା ସମାଚାର)- ଆଜି ନିମାପଡା ଶେଉଳ ସାହି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ  ସୌରଭ ଶୁରେଖା ମେମୋରିଆଲ ବିଜ୍ଞାନ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ବିଜ୍ଞାନ କେନ୍ଦ୍ରକୁ ଲୋକାର୍ପିତ କରି ସାମାଜିକ କର୍ମୀ ଶ୍ରୀମତୀ ସୀତା ଦେବୀ ସୁରେଖା କହିଲେ ବିଜ୍ଞାନ ପ୍ରତି ଗ୍ରାମାଞ୍ଚଳର  କୋମଳମତି ଶିଶୁ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସମ୍ମାନୀତ ଅତିଥି ରୂପେ ଯୋଗଦେଇ ସାମାଜିକକର୍ମୀ ଶ୍ରୀ ସଜ୍ଜନ କୁମାର ସୁରେଖା କହିଲେ ଗ୍ରାମାଞ୍ଚଳର ପିଲାମାନଙ୍କୁ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଦିଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଭୂମିକା ଅତୁଳନୀୟ । ଏହି ଅବସରରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ନିଧି ସୁରେଖା, ସୁଶିଲ ସୁରେଖା, ଶ୍ୱେତା ସୁରେଖା, ସ୍ମିତା ଅଗ୍ରୱାଲ ଓ ସର୍ବ ରଏ ଇତ୍ୟାଦି ଯୋଗଦେଇ ପିଲାମାନଙ୍କୁ ବିଜ୍ଞାନ ଶିକ୍ଷା ପାଇଁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା।  ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ଚିତ୍ତାକର୍ଷକ ସାମରିକ କଳାର ପ୍ରଦର୍ଶନ କରାଯାଇଥିଲା l  ଶିକ୍ଷା କେନ୍ଦ୍ରର ସମ୍ପାଦକ ଡଃ. ବେଣୁଧର ସେନାପତି ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ମିନତି ସେନାପତି ଧନ୍ୟବାଦ୍ ଦେଇଥିଲେ l

Leave a Reply

Your email address will not be published. Required fields are marked *