ସାମ୍ବାଦିକ ସୁରକ୍ଷା ଓ ପେନସନ ଆଦି ପ୍ରଦାନ ଦାବି କରି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

 କଟକ, ୨୧/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,ଭତ୍ତା ଓ ପେନସନ  ଏବଂ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଏସୟୁଜେର ରାଜ୍ୟ ସଭାପତି କୈଳାସ ନାୟକଙ୍କ ଆହ୍ୱାନ କ୍ର ମେ ଆଜି ସାରା ରାଜ୍ୟରେ ପ୍ରତେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ  ଷ୍ଟେଟ ୟୁନିୟନ ଅଫ୍ ଜର୍ନାଲିଷ୍ଟସ(ଏସୟୁଜେ)ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳ   ଙ୍କୁ ପ୍ରଦାନ କରାଯାଇଛି। ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢ଼ି ବଢ଼ି ଚାଲିଛି । ତେଣୁ କାର୍ୟ୍ୟ କ୍ଷେତ୍ରରେବାଧା ସୃଷ୍ଟି ହେଉଛି । ଏଣୁ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନଅପରିହାର୍ୟ୍ୟ ହୋଇପଡିଛି ।ସରକାର ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିବା ସହିତ ସବୁ ବର୍ଗଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଯାଇଛନ୍ତି।ଅପରପକ୍ଷରେ ସରକାରଙ୍କ ଜନକଲ୍ୟାଣ ଯୋଜନା ଏବଂ ବିଭିନ୍ନ କାର୍ୟ୍ୟକ୍ରମ ଗୁଡିକୁ ସାମ୍ବାଦିକ ମାନେ ଗଣମାଧ୍ୟମରେ ଅବିରତ ଭାବେ ପ୍ରକାଶିତ ପ୍ରସାରିତ କରିଚାଲିଛନ୍ତି ।କିନ୍ତୁ ବିଡମ୍ବନାର ବିଷୟ ଯେ କାର୍ୟ୍ୟରତ ସାମ୍ବାଦିକମାନଙ୍କୁ  ଭତ୍ତା ,ଅବସର ନେଇସାରିଥିବା ସାମ୍ବାଦିକ ମାନଙ୍କୁ ମାସିକ ପେନସନ ପ୍ରଦାନ କରିବାରେ ସରକାର  ହେଳା କରିଚାଲିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ବରରେ ସାମ୍ବାଦିକ ମାନଙ୍କ ସାମୟିକ ରହଣୀ ନିମନ୍ତେ ଏକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଦାବି କରାଯାଇଛି।  କାର୍ୟ୍ୟରତ ସାମ୍ବାଦିକମାନଙ୍କୁ ମାସିକ ୨୫ହଜାର ଟଙ୍କାର ଭତ୍ତା ଓ ଅବସର ନେଇସାରିଥିବା ସାମ୍ବାଦିକ ମାସିକ ୨୦ ହଜାର  ଟଙ୍କାର ପେନସନ ପ୍ରଦାନ କରିବାକୁ ଦାବି କରାଯାଇଛି. । ଏହି ଦାବି ପ୍ରଦାନ ସମୟରେ ସାଧାରଣ ସମ୍ପାଦକ ଗୌର ଚନ୍ଦ୍ର ସାହୁ,ସମ୍ପାଦକ ଶିଶିର କୁମାର ଦାଶ, କୋଷାଧ୍ୟକ୍ଷ ବିଷ୍ଣୁ ନାୟକ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସୁରନାରାୟଣ ସାହୁ, ରାଜ୍ୟ ଯୁଗ୍ମ ସଂଗଠନ ସମ୍ପାଦକ ଟୁନା ଜେନା, ରାଜ୍ୟ ଯୋଗାଯୋଗ କାର୍ୟ୍ୟ ନିର୍ବାହ ଶଶି ଭୂଷଣ ଷଡ଼ଙ୍ଗୀ,ଜଗତ ବଲ୍ଲଭ ନନ୍ଦ, ହେମନ୍ତ କୁମାର ଦାସ, ସୂର୍ୟ୍ୟ ନାରାୟଣ ଦାଶ, ସୁଜାତା ଗୋସ୍ବାମୀ,ପୂଣ୍ଣେନ୍ଧୁ ନାୟକ, ଖିରୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *