କଟକ ସଦର,୧୮/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ସିର୍ଲୋ ରାଧାନଗର ଗ୍ରାମର ଜନୈକ ଅବିବାହିତ ବ୍ରାହ୍ମଣ ଯୁବକ ଅନିଲ୍ ଦାଶ ଗତ ଗୁରୁବାର ଦିନ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଦଳାଚକଟା ରେ ଅକାଳ ମୃତ୍ୟୁ ବରଣ କରିଛନ୍ତି।
ପରିବାର ଲୋକେ ଖବର ପାଇ ପୁରୀ ଯାଇଁ ପୋଷ୍ଟ ମର୍ଟମ ପରେ ନିଜ ବ୍ୟବସ୍ଥା ରେ ସ୍ୱର୍ଗ ଦ୍ୱାରରେ ଶବ ଦାହ କରି ଫେରିଥିବା ଜଣାଯାଇଛି।ହେଲେ ଏଭଳି ଏକ ଦୁଃଖଦ ଘଟଣାରେ ପୁରୀ ଜିଲ୍ଲା ପ୍ରଶାସନ କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ଶବ ଦାହ ପାଇଁ କିଛି ବ୍ୟବସ୍ଥା ନକରିବା ସମସ୍ତଙ୍କୁ ବ୍ୟଥିତ କରିଛି।
ଏଥିପ୍ରତି ଦୃଷ୍ଟି ଦେଵା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ପୂର୍ବତନ ବିଧାୟକ ପ୍ରତାପ ଜେନା,ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ସଭାପତି ପ୍ରଫେସର ମନୋଜ ନାୟକ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।
