ଗଣ ସଂଗ୍ରାମ କମିଟି ପକ୍ଷରୁ ଗଣ ବିକ୍ଷୋଭ

କଟକ ସଦର,୦୬/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଅଞ୍ଚଳକୁ ଷଣ୍ଢ, ମାଙ୍କଡ,ଵଣୁଆ ଗାଈ ମାନଙ୍କ ଦାଉରୁ ରକ୍ଷା କରିବା, କିଶନନଗର ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବା ପ୍ରଭୃତି ମୌଳିକ ଦାବି ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ଆଜି ମଙ୍ଗଳବାର ଦିନ କିଶନନଗର ଗଣ ସଂଗ୍ରାମ କମିଟି ପକ୍ଷରୁ ଆଵାହକ ଶ୍ରମିକ ନେତା ରାଜ କିଶୋର ମଲ୍ଲିକ ଙ୍କ ନେତୃତ୍ଵରେ କିଶନନଗର ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ଛତ୍ରପତି ସିଂହ, ଜ୍ୟୋତି ରଞ୍ଜନ ମହାନ୍ତି, ବିଶ୍ୱାବସୁ ଦାସ, ବୁଦ୍ଧଦେବ ଭୋଇ,ଶରତ ଚନ୍ଦ୍ର ବେହେରା, ଭାଗିରଥୀ ଭୋଇ, ପରମାନନ୍ଦ ସେଠୀ,ସୟଦ ଅକିକ ଉଦ୍ଦିନ, ସନ୍ତୋଷ କୁମାର ଭୋଇ ପ୍ରମୁଖ ବହୁ କମିଟି ସଦସ୍ୟ ଓ ଜନସାଧାରଣ ସାମିଲ ହୋଇଥିଲେ।

ଏହି ଅବସରରେ ସରକାରଙ୍କ ଉଦେଶ୍ୟରେ ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କୁ ଦାବିପତ୍ର ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *