ନୃତ୍ୟାୟନା ଟ୍ରଷ୍ଟର ଅଷ୍ଟମ ବାର୍ଷିକ ଉତ୍ସବ

ଓଡ଼ିଶୀ ନୃତ୍ୟର ତାଳେ ତାଳେ ନାଚିଲେ ୮୦ରୁ ଉଦ୍ଧ୍ୱର୍ କୁନିକୁଳି ନୃତ୍ୟଶିଳ୍ପୀ
ଭୁବନେଶ୍ୱର,୦୬/୦୯/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାୟନା ଟ୍ରଷ୍ଟ’ର ଅଷ୍ଟମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର ଏବଂ ପିଲାମାନଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବାରେ ନୃତ୍ୟାୟନା ଟ୍ରଷ୍ଟ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରିଆସୁଛି ।

ଏହି ଉତ୍ସବକୁ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀନାକ୍ଷି ବେହେରା ଉଦ୍ଘାଟନ କରିଥିଲେ । ନୃତ୍ୟଗୁରୁ ସୁନିତା ମହାରଣାଙ୍କ ଶିକ୍ଷାଦାନରେ ୮୦ରୁ ଉଦ୍ଧ୍ୱର୍ କୁନିକୁନି ନୃତ୍ୟଶିଳ୍ପୀ ଓଡ଼ିଶୀ, ମାହାରୀ ଓ ସମ୍ବଲପୁର ନୃତ୍ୟ ପରିବେଷଣ କରିଥିଲେ । ଏହି ଉତ୍ସବରେ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୁବାଶିଷ ଖୁଂଟିଆ, ଚପଳା ମିଶ୍ର, କ୍ୟାପଟେନ୍ ମନ୍ମଥ ରାଉତରାୟ, ବନ୍ଦନା ହରିଚନ୍ଦନ, ପ୍ରତାପ ଚନ୍ଦ୍ର ବଡ଼ପଣ୍ଡା, ମନସ୍ମିତା ଜେନା, ଡ. ସାରଦା ପ୍ରସାଦ ମହାପାତ୍ର ଏବଂ ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇଥିଲେ । ଜ୍ଞାନାନନ୍ଦ ସାଗର ମଂଚ ପରିଚାଳନା କରିବା ସହିତ ଟ୍ରଷ୍ଟର ଅଧ୍ୟକ୍ଷା ନୃତ୍ୟଗୁରୁ ସୁନିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *