ଜଗତସିଂହପୁର, ୦୩/୦୯/୨୦୨୬ (ଓଡ଼ିଶା ସମାଚାର)-ପୌରପରିଷଦ ଅନ୍ତର୍ଗତ ସାଇ ଜ୍ଞାନ ପ୍ଲେ ସ୍କୁଲରେ କୁନି କୁନି ପିଲାମାନଙ୍କୁ ନେଇ ରାଧାକୃଷ୍ଣ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ସଂଯୋଜନାରେ ପ୍ଲେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନେ ଆନନ୍ଦର ସହ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ବିଭିନ୍ନ ପ୍ରକାର ନୃତ୍ୟ ଗୀତ ପରିବେଷଣ ସହିତ ଜନ୍ମାଷ୍ଟମୀ ଉତ୍ସବ କୁ ମହା ଆଡମ୍ବର ସହିତ ପାଳନ କରିଛନ୍ତି।
ଏହି ଉତ୍ସବରେ ସ୍କୁଲର ଅଧ୍ୟକ୍ଷା ଜନ୍ମାଷ୍ଟମୀ ଓଷାର ତାତ୍ପର୍ଯ୍ୟ ସମ୍ପର୍କରେ ପିଲାମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ। ଶିକ୍ଷୟିତ୍ରୀ ପ୍ରାଚୀ ପଟ୍ଟନାୟକ, ଲିପ୍ସା ମହାନ୍ତି, ସୋନମ୍ ପ୍ରିୟଦର୍ଶିନୀ, ସୌଭାଗ୍ୟ ଲକ୍ଷ୍ମୀ ପାତ୍ର, ଶକ୍ତିସ୍ୱରୂପା ପଟ୍ଟନାୟକ, ଶ୍ରୀଲେଖା ପାଢ଼ୀ ଓ ପରିଚାଳିକା ସୁଜାତା ନନ୍ଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
