ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ

ଜଗତସିଂହପୁର,୦୨/୦୯/୨୦୨୬ (ଓଡ଼ିଶା ସମାଚାର)-ତା୦୨-୦୯-୨୦୨୬ ଠାରୁ ରାଜ୍ୟ ପରିବହନ ଆୟୋଗଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ସପ୍ତାହ ପାଳନ କରାଯାଉଛି । ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ଙ୍କ ନିର୍ଦ୍ଦେଶରେ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କରାଯାଇଛି।

ପ୍ରଥମ ଦିନରେ ପାରାଦୀପ ଆଦର୍ଶ ଥାନା ରେ ୪ ଟି ବେନିୟମ ଭାବରେ ମାଲବାହୀ ଗାଡ଼ିରେ ଯାତ୍ରୀମାନଙ୍କୁ ପରିବହନ କରିଥିବା ପାଇଁ ସମୁଦାୟ ୩୭୦୦୦ ଟଙ୍କା ଦଣ୍ଡାଦେଶ ସହ ଗାଡ଼ି ଗୁଡ଼ିକ ଅଟକ ରଖାଯାଇଛି । ରାଜ୍ୟ ପରିବହନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଜିକରଣ ରଦ୍ଦ କରିବା ପାଇଁ ସଂପୃକ୍ତ ପଞ୍ଜୀକୃତ କାର୍ଯ୍ୟାଳୟ ମାନଙ୍କୁ  ଚିଠି କରାଯାଇଛି।

ଶୂନ୍ୟ ମୃତାହତ ପକ୍ଷ ସଚେତନତା ପାଇଁ ଦୁଇ ଚକିଆ ଯାନ ରେ ହେଲମେଟ ପିନ୍ଧିବା ,ଚାରିଚକିଆ ଯାନ ରେ ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ି ଚଲାଇବା ସମୟରେ ମୋବାଇଲ ବ୍ୟବହାର ନକରିବା,ଦୃତ ଗତିରେ ଗାଡି ଚାଳନ ନକରିବା, ନିଶା ପାନ କରି ଗାଡ଼ି ନଚଲାଇବା, ରାସ୍ତା କଡ଼ରେ ବେନିୟମ ଭାବରେ ଗାଡ଼ି ରଖି ରାସ୍ତା ଅବରୋଧ କରିବା , ଟ୍ରାଫିକ ନିୟମ ଉଲ୍ଲଂଘନ ନ କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସେଠୀ ଗୁରୁତ୍ୱାରୋପ କରିବା ସହ ଶୂନ୍ୟ ମୃତାହତ ହାର କିପରି କମ୍ ହେବ ଜିଲ୍ଲା ର ସମସ୍ତ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *