ମା’ ଜାଗେଶ୍ୱରୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ

ନିମାପଡ଼ା, ୨୨/୦୭/୨୦୨୬ (ଓଡ଼ିଶା ସମାଚାର)-  ମାଆ ଜାଗେଶ୍ୱରୀ ଦେବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟତାର ସହ ଅନୁଷ୍ଠିତ ହୋଇଛି । ହେରାପଞ୍ଚମୀ ତିଥିରେ ଛେନୁଅଁ ଗୁଡୁସାହିରେ ହୋମ-ଯଜ୍ଞ ଓ ହରିନାମରେ ପ୍ରକମ୍ପିତ ହୋଇଛି ।

ଶତାଧିକ ପୁରୁଷ ମହିଳା ଏକତ୍ର ହୋଇ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବରେ ସାମିଲ ହୋଇଛନ୍ତି । ୩୫ ଫୁଟ ଉଚ୍ଚର ନିର୍ମାଣ ନୂତନ ମାଆଙ୍କ ମନ୍ଦିର ଅତ୍ୟନ୍ତ ସୁନ୍ଦର ହୋଇଥିବାବେଳେ ନିମାପଡ଼ା ଅଞ୍ଚଳରେ ଅନ୍ୟତମ ଉଚ୍ଚତମ ଦେବୀ ମନ୍ଦିର ଭାବେ ସ୍ଥାନିତ ହେବାକୁ ଯାଉଛି । ପଞ୍ଚଶସ୍ୟ, ପଞ୍ଚରତ୍ନରେ ଗ୍ରାମବାସୀ ଏବଂ ଅନ୍ୟଗ୍ରାମର ଭକ୍ତ ରତ୍ନମୁଦରେ ପ୍ରଦାନ କରିଥିଲେ । ସମସ୍ତ ଗ୍ରାମବାସୀ ମିଶି ଏହି ଭବ୍ୟ ଉତ୍ସବକୁ ଦିବ୍ୟତାର ସହ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *