ଆସୁଛି ଆଉ ଏକ ଲଘୁଚାପ – ୨୨ରୁ ୨୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୧୯/୦୭/୨୦୨୬(ଓଡ଼ିଶା ସମାଚାର)-ଚଳିତ ମାସ ୨୩- ୨୪ ତାରିଖ ବେଳକୁ ବେଙ୍ଗାପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଯାହାର ପ୍ରଭାବରେ ୨୨ରୁ ୨୫ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷିବ ।
ଆରବସାଗର ଆଡୁ ପ୍ରଚୁର ଜଳୀୟ ବାଷ୍ପପୂର୍ଣ୍ଣ ପଶ୍ଚିମା ପବନ ଓଡ଼ିଶା ଆଡ଼କୁ ବହିବା ଆରମ୍ଭ କରିଛି । ବର୍ତମାନ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ପ୍ରାୟ ୮୦ରୁ ୯୦ ପ୍ରତିଶତ ଭିତରେ ରହିଛି । ଯଦିଓ ପୂର୍ବ ସିଷ୍ଟମ ବର୍ତମାନ ଦୁର୍ବଳ ହୋଇଯାଇଛି । ତଥାପି ମୌସୁମୀ ସମୟରେ ଅଧିକ ଜଳୀୟ ବାଷ୍ପ ସାଙ୍ଗକୁ ସ୍ଥାନୀୟ ତାପମାତ୍ରା ବୃଦ୍ଧି ଯୋଗୁଁ ମେଘ ଘନୀଭୂତ ହେଉଛି ।

ଫଳରେ ଉପକୂଳ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷାର ସମ୍ଭାବନା ସବୁଠୁ ଅଧିକ ରହିଛି । ବିଶେଷ କରି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ଉତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ବର୍ଷା ହୋଇପାରେ । ସୋମବାର ଉପକୂଳରେ ବର୍ଷା କମିବ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ସାମାନ୍ୟ ବଢ଼ିବ ।

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଜୁଲାଇ ଶେଷ ସପ୍ତାହରେ ଓଡ଼ିଶାରେ ବର୍ଷାର ଅଭାବ ରହିବ ନାହିଁ । ଆସନ୍ତା ୨୩ କିମ୍ବା ୨୪ ତାରିଖ ବେଳକୁ ଉତର-ପଶ୍ଚିମ ବେଙ୍ଗାପସାଗରରେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦୁଇ ଦିନରେ ତାପମାତ୍ରା ବଢ଼େ, ତେବେ ଲଘୁଚାପ ଆହୁରି ଘନୀଭୂତ ହୋଇପାରେ ।

Leave a Reply

Your email address will not be published. Required fields are marked *