ଭୁବନେଶ୍ୱର,୦୭/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଏନ୍ଆଇ (ବିଜିନେସ୍ ନେଟୱର୍କ ଇଣ୍ଟରନ୍ୟାସନାଲ) ଚାପ୍ଟର ବିଏନ୍ଆଇ ସାଫାୟାର୍ର ସାପ୍ତାହିକ ବୈଠକରେ ଏପ୍ରିଲ-ସେପ୍ଟେମ୍ବର ୨୦୨୬ ନିମନ୍ତେ ନୂତନ ନେତୃତ୍ୱଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି ।
ନୂତନ ନେତୃତ୍ୱକାରୀ ଟିମ୍ରେ ପ୍ରେସିଡେଣ୍ଟ ସନ୍ତୋଷ ସେନାପତି, ଭାଇସ୍ ପ୍ରେସିଡେଣ୍ଟ ଚୌଧୁରୀ ନିକେଶ କୁମାର ପାତ୍ର, ସେକ୍ରେଟାରୀ/ଟ୍ରେଜରର୍ ପ୍ରୀତି ପ୍ରକାଶ ନାୟକ ଏବଂ ଲିଡ ଭିଜିଟର୍ ହୋଷ୍ଟ ଡ.ସସ୍ମିତା ସାହୁ ରହିଛନ୍ତି ।
ବିଏନ୍ଆଇ ସାଫାୟାର ‘ଗିଭର୍ସ ଗେନ୍’ ଦର୍ଶନ ଜରିଆରେ ସେମାନଙ୍କର ବ୍ୟବସାୟରେ ବୃଦ୍ଧି ଘଟାଇବାକୁ ସହଯୋଗୀତା କରୁଥିବା ୫୭ ବ୍ୟବସାୟ ସଂସ୍ଥାର ମାଲିକ ଓ ଉଦ୍ୟୋଗୀଙ୍କୁ ସମ୍ପ୍ରତି ଏକତ୍ର କରୁଛି । ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇ ପ୍ରେସିଡେଣ୍ଟ ସନ୍ତୋଷ ସେନାପତି କହିଥିଲେ ଯେ, ବିଏନ୍ଆଇ ସାଫାୟାର ଭୁବନେଶ୍ୱରରେ ବିଏନ୍ଆଇର ୬ଷ୍ଠ ଚାପ୍ଟର ଏବଂ ଏହା ସହରର ବ୍ୟବସାୟ ନେଟୱର୍କିଂ ପରିବ୍ୟବସ୍ପଥାକୁ ସୁଦୃଢ କରିବାରେ ନିରନ୍ତର ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।
ସମ୍ପ୍ରତି ବିଏନ୍ଆଇ ଭୁବନେଶ୍ୱର ୭ଟି ଚାପ୍ଟର ସହିତ ୩୫୦ରୁ ଅଧିକ ସଦସ୍ୟକୁ ବୃଦ୍ଧିପାଇଛି ଏବଂ ଏହା ଏହି ଅଞ୍ଚଳରେ ଅନ୍ୟତମ ସର୍ବାଧିକ ଶକ୍ତିଶାଳୀ ଔଦ୍ୟୋଗିକ ନେଟୱର୍କ ହୋଇଛି । ଗତ ୧୨ ମାସ ଧରି ସଦସ୍ୟମାନେ ସୁଂସଗଠିତ ସୁପାରିଶଗୁଡିକ (ରେଫରାଲ) ଜରିଆରେ ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ ସୃଷ୍ଟି କରିଛନ୍ତି ।
ବିଏନ୍ଆଇ ଜରିଆରେ ୩୫୦ରୁ ଅଧିକ ଖ୍ୟାତିସମ୍ପନ୍ନ ବ୍ୟବସାୟ ସଂସ୍ଥାର ମାଲିକ ସଂଯୁକ୍ତ ହୋଇଥିବାବେଳେ ଏହା ଭୁବନେଶ୍ୱରରେ ଏକମାତ୍ର ଆନ୍ତର୍ଜାତିକ ମାନର ବ୍ୟବସାୟ ନେଟୱର୍କିଂ ପ୍ଲାଟଫର୍ମ ହୋଇଛି, ଯାହା ଉଦ୍ୟୋଗୀମାନଙ୍କୁ ଏକତ୍ର ଅଭିବୃଦ୍ଧି ହାସଲ କରିବା ସହିତ ସହର ପାଇଁ ଏକ ଦୀର୍ଘସ୍ଥାୟୀ ଏବଂ ସହଯୋଗୀତାମୂଳକ ବ୍ୟବସାୟିକ ପରିବ୍ୟବସ୍ଥା ନିର୍ମାଣ କରୁଛି ।
ଏହାର ଆରମ୍ଭ ଦିନଠାରୁ ବିଏନ୍ଆଇ ସାଫାୟାର୍ ୧୦,୭୪୨ ସୁପାରିଶ କରିସାରିଛି ଏବଂ ଏହାଦ୍ୱାରା ଏହାର ସଦସ୍ୟମାନଙ୍କ ମଧ୍ୟରେ ୧୧୫ କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ହୋଇପାରିଛି ।
ଏହି ବୈଠକରେ ଏକ୍ଜିକୁ୍ୟଟିଭ ଡାଇରେକ୍ଟର ମନୋଜ ଲଲାନି, ଅପରେସନ୍ସ ଡାଇରେକ୍ଟର ଗର୍ବ ଲଲାନି, ସପୋର୍ଟ ଡାଇରେକ୍ଟର କନ୍ସଲଟାଣ୍ଟ ଗୌରବ ଗୋଏଲ ଏବଂ ସପୋର୍ଟ ଆମ୍ବାସାଡର ଶିବାଶିଷ ଦାଶମହାପାତ୍ରଙ୍କ ସମେତ ବିଏନ୍ଆଇର ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ ।
ନୂତନ ନେତୃତ୍ୱକାରୀ ଟିମ୍ ଦାୟିତ୍ୱ ନେଇଥିବାବେଳେ ବିଏନ୍ଆଇ ସାଫାୟାର ଉଦ୍ୟୋଗୀମାନଙ୍କ ମଧ୍ୟରେ ସହଯୋଗୀତାକୁ ଅଧିକ ସୁଦୃଢ କରିବା ଏବଂ ଆଗାମୀ ମାସଗୁଡିକରେ ଏହାର ସଦସ୍ୟମାନଙ୍କ ନିମନ୍ତେ ବୃହତ୍ତର ବ୍ୟବସାୟ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।
