ଇଣ୍ଡିଆନ୍ ଆଇଡଲ୍ ପ୍ରତିଭା ଜ୍ୟୋତିର୍ମୟୀଙ୍କୁ ‘ସିନେକ୍ରିଟିକ୍ ସମ୍ମାନ’

ଭୁବନେଶ୍ୱର,୧୫/୦୭/୨୦୨୬(ଓଡ଼ିଶା ସମାଚାର)- ମର୍ଯ୍ୟାଦାଜନକ ଇଣ୍ଡିଆନ୍ ଆଇଡଲ୍ ସର୍ବଭାରତୀୟ ସଂଗୀତ ପ୍ରତିଯୋଗିତାର ଫାଇନାଲ୍ ସ୍ତରକୁ ଉନ୍ନୀତ ହୋଇ ରାଜ୍ୟ ପାଇଁ ସୁଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ଝିଅ ଜ୍ୟୋର୍ତିମୟୀ ନାୟକଙ୍କୁ ‘ସିନେ କି୍ରଟିକ୍ ସମ୍ମାନ-୨୦୨୬’ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଏହି ଉପଲକ୍ଷେ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ଓଡ଼ିଶା ‘ସିନେକ୍ରିଟିକ୍ ଆସୋସିଏସନ୍’, ‘ମହାବୋଧି ସୋସାଇଟି ପବ୍ଲିକ୍ ସ୍କୁଲ୍ ସମେତ ବହୁ ଅନୁଷ୍ଠାନ ପକ୍ଷରୁ ଜ୍ୟୋର୍ତିମୟୀଙ୍କୁ ପୁଷ୍ପଗୁଚ୍ଛ ଓ ଉପାୟନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ସିନେକି୍ରଟିକ୍ ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ମହାବୋଧି ସୋସାଇଟିର ସମ୍ପାଦକ ଡ. ସୌରେନ୍ ମହାପାତ୍ର, ମଂଟୁ ସିଂହ, ସଂଗୀତଜ୍ଞ ରୁଦ୍ର ପ୍ରସାଦ ନାୟକ, ଡ. ଅଚୁ୍ୟତ ମିଶ୍ର, ସମାଜସେବୀ ନମିତା ମହାପାତ୍ର, ସୁମିତ୍ରା ଜେନା, ରୁଚି ଫାଉଣ୍ଡେସନର ଅଧ୍ୟକ୍ଷା ସଂଗୀତା ସାହୁ ଓ ଇଂ. ଉମାକାନ୍ତ ପାଣି ପ୍ରମୁଖ ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ଚୁଡାନ୍ତ ପର୍ଯ୍ୟାୟରେ ତାଙ୍କର ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଲସନ୍ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *