କଟକ ସଦର,୦୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବୃତ୍ତିଗତ ନାଁ ପାରିବାରିକ ଚାପରେ ଥିଲେ କି ଦଵଙ୍ଗ ଲେଡି ଇନ୍ସପେକ୍ଟର ଵିୟୁଟି ମହାନ୍ତି।ଯିଏ ମାନସିକ ଓ ଶାରିରୀକ ସ୍ଥରରେ ବେଶ୍ ଦୃଢ଼ ଥିଲେ ଏବଂ ମୃତ୍ୟୁର କେତେ ଘଣ୍ଟା ପୂର୍ବରୁ ସ୍ୱାଭାବିକ ଥିଲେ ସିଏ କଣ ଆତ୍ମହତ୍ୟା କରିପାରନ୍ତି ନାଁ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୁପ ଦିଆଯାଉଛି ତାକୁ ନେଇ ସାଧାରଣରେ ଅସମାହିତ ପ୍ରଶ୍ନ ଉଙ୍କି ମାରିଛି। ଏହି ମୃତ୍ୟୁକୁ ନେଇ କଟକ ଭୁବନେଶ୍ବର ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ଯେ ଵିୟୁଟିଙ୍କର ମୋବାଇଲର ଶେଷ ସିଡିଆର ଯାଞ୍ଚ ହେଲେ ମୃତ୍ୟୁର କାରଣ ଜଣାପଡିବ।
ଅନ୍ୟପକ୍ଷରେ ସନ୍ଦେହରେ ଥିବା ସ୍ୱାମୀ ସମୀର ସ୍ୱାଇଁ ଖଵର ପାଇ ବମ୍ବେରୁ ଫେରି କହିଛନ୍ତି ଯେ ମୋ ସ୍ତ୍ରୀ ଵିୟୁଟି ସହିତ ମୋର ବହୁତ ଭଲ ସଂପର୍କ ଥିଲା। ମୃତ୍ୟୁର କେତେ ଘଣ୍ଟା ପୂର୍ବରୁ ସବୁଦିନ ଭଳି ସ୍ୱ।ଭାଵିକ ଭାବେ ଫୋନ୍ ରେ କଥାବାର୍ତ୍ତା ହୋଇଥିଲି।ଵିୟୁଟିଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ମୋ ଭଉଣୀକୁ ହତ୍ୟା କରାଯାଇଛି। ଭଉଣୀ ଦାବି କରିଛନ୍ତି ଉପଯୁକ୍ତ ତଦନ୍ତ ପାଇଁ। ସୂଚନାଯୋଗ୍ୟ ଯେ ଵିୟୁଟି ମହାନ୍ତି କଟକ ସଦର ନିର୍ବାଚନମଣ୍ଡଳୀ ତଥା କଟକ ସଦର ଥାନା ଅନ୍ତର୍ଗତ ଡାହାଳିଆଵାଗ କାଚେରାମାଳର ଜନୈକ କର୍ଣ୍ଣେଲଙ୍କର ଝିଅ ହୋଇଥିବା ବେଳେ କଟକ ଲାଲବାଗ ଥାନା ରାଜା ବଗିଚା ଅଞ୍ଚଳର ବୋହୂ।ଵିୟୁଟିଙ୍କର ଗୋଟିଏ ୧୨ ବର୍ଷର ପୁଅ ଥିବା ଜଣାଯାଇଛି। ତେବେ ସିଏ ଯାହା ହେଉନା କାହିଁକି ଏଭଳି ଜଣେ ଦକ୍ଷ ଓ ଦୃଢମନା ମହିଳା ପୋଲିସ ଅଧିକାରିଣୀଙ୍କ ସନ୍ଦେହ ଜନକ ମୃତ୍ୟୁ ସାରା ରାଜ୍ୟର ପୋଲିସ ବିଭାଗକୁ ମ୍ରିୟମାଣ କରିଦେଇଛି।
