ଡାଟା ଏଣ୍ଟ୍ରି ଅପରେଟର ଙ୍କ ଦୁଇ ସରକାରୀ  ବିଭାଗ ରୁ ଅର୍ଥ ହଡ଼ପ ଅଭିଯୋଗ, ତିନି ମାସ ପରେ ହେଲା ତଦନ୍ତ

 ନିଶ୍ଚିନ୍ତକୋଇଲି, ୦୪/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ଗୋଟିଏ ସଂସ୍ଥା ରେ ଚାକିରୀ କରି  ଆଉ ଏକ ସଂସ୍ଥା ରେ ସମାନ ସମୟ ରେ କାମ କରି ଦୀର୍ଘ ୬ ବର୍ଷ ର ଅର୍ଥ ନେଇଥିବା ମାମଲା ର ସ୍ଥାନୀୟ ବିଡିଓ, କଟକ ଜିଲ୍ଲାପାଳ, କଟକ ଭିଜିଲାନ୍ସ ଏବଂ କଟକ ଏନଆରଜିଏସ ଅର୍ଥାତ୍ ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅମବ୍ୟୁଡସମ୍ୟାନ ଙ୍କ ନିକଟରେ  ଅଭିଯୋଗ ହୋଇଛି। ତେବେ ଅଭିଯୋଗ କୁ ପାଖାପାଖି ତିନି ମାସ ବିତିଗଲା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତଦନ୍ତ ଆରମ୍ଭ। ଗତ ବିଜେଡି ସରକାର ଅମଳରେ ଡାଟା ଏଣ୍ଟ୍ରି ଅପରେଟର ବାବୁ ନିଶ୍ଚିନ୍ତକୋଇଲି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ସମୟରେ ନିଜ ପଂଚାୟତ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଂଚାୟତ ରେ ସମାନ ସମୟରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ ବି କରିଛନ୍ତି ।

ଆଉ ପାରିଶ୍ରମିକ ବି ନେଇଛନ୍ତି। ସରକାରୀ ଦସ୍ତାବିଜ ସମସ୍ତ ଦୁର୍ନୀତିର ଖୁଲାସା କରିଛି । ଏହି ଦୁର୍ନୀତିର କଥା ହାଟରେ ପଡି ଦ।ଣ୍ଡରେ ଗଡୁଥିବା ବେଳେ କାହିଁକି ଠୋସ୍ କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ।  ତାକୁ ନେଇ ଉଠିଛି ପ୍ରଶ୍ନ  ? ୨୦୧୩ ରେ ବିଜେଡି ସରକାର ସମୟ ରେ ବାବୁ ଙ୍କର ବେସ୍ ଥିଲା ପ୍ରଭାବ।ଏହି ଡାଟା ଏଣ୍ଟ୍ରି ଅପରେଟର ଅଂଚଳରେ କେଉଁଠି କାମ ହେବ,କିଏ କାମ କରିବ, ସେ ନିଷ୍ପତ୍ତି ଡିଇଓ ଅମରେନ୍ଦ୍ର ସାମଲ ହିଁ କରୁଥିଲେ। ବିଇଓ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିବା ବେଳେ ଏକା ସମୟରେ ନିଜ ପଂଚାୟତ କେରିଲୋ ଠାରେ ମଧ୍ୟ ଏନଆରଜିଏସ କାମ କରି ପାରିଶ୍ରମିକ ନେଇଛନ୍ତି।

ସୂଚନା ଅନୁସାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ରେ  ଅମରେନ୍ଦ୍ର ସାମଲ ଆଜକୁ ୧୪ ବର୍ଷ ଧରି ଡିଇଓ ଅର୍ଥାତ୍ ୨୦୧୩ ମସିହା ଠାରୁ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ରେ ଡାଟା ଏଣ୍ଟ୍ରି ଅପରେଟର ପଦବୀରେ କାର୍ଯ୍ୟ କରୁଥିବାବେଳେ, ନିଜ ପଂଚାୟତରେ ଗତ ୨୦୧୩ ମସିହା ରୁ ୨୦୧୮ ମସିହା ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମଧ୍ୟ କାମ  କରି ପାରିଶ୍ରମିକ ନେଇଛନ୍ତି। ତେବେ କିଭଳି ଜଣେ କର୍ମଚାରୀ ଏକା ସମୟରେ ଦୁଇଟି ସ୍ଥାନରେ କାମ କଲେ ଏବଂ ପାରିଶ୍ରମିକ ନେଲେ , ତାହା ସବୁଠାରୁ ଆଚାର୍ଯ୍ୟ ର ଘଟଣା ଘଟିଛି।   ବାବୁ ଜଣକ ହେଲେ ଅମରେନ୍ଦ୍ର ସାମଲ ଯାହାଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଂଚାୟତ ରେ। ଏ ଘଟଣା ବାବଦରେ  ଅମରେନ୍ଦ୍ର ଙ୍କୁ ପଚାରିବାରୁ, ସେ କହିଲେ ମୋ ନାମରେ ସେମିତି କୌଣସି ଜବକାର୍ଡ଼ ନାହିଁ କି ମୁଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରିନାହିଁ।

କିନ୍ତୁ ସରକାରୀ ଦସ୍ତାବିଜ ରେ ବାବୁ ଙ୍କ  ନାମ କେମିତି ଆସିଲା ତାହା  ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ  ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ରେ  ସେ ଯେଉଁ ଆଉଟ୍ ସୋର୍ସିଂ ରେ କାମ କରୁଛନ୍ତି ସେହି ଠିକା ସଂସ୍ଥା ର ମାଲିକ କହିଛନ୍ତି  ଯଦି ଏଭଳି ଘଟଣା ହୋଇଥିବା ତେବେ ତୁରନ୍ତ ପଦକ୍ଷେପ ନିଆଯିବ। ଏପଟେ କିନ୍ତୁ ସ୍ଥାନୀୟ ନିଶ୍ଚିନ୍ତକୋଇଲି ବିଡ଼ିଓ କହିଛନ୍ତି, ଯେ ଏହାର ବିଧିବଦ୍ଧ ତଦନ୍ତ କରାଯିବ । ଯଦି ବିଇଓ ଅଫିସରେ କାର୍ଯ୍ୟ କରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ  ସେ ଟଙ୍କା ନେଇଥିବେ ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ଗଣମାଧ୍ୟମ କୁ ସୁଚନା ଦେଇ ସେତେବେଳେ କହିଥିଲେ ଯେ ଆଗାମୀ ୭ ଦିନ ମଧ୍ୟରେ ଏହା ତଦନ୍ତ କରାଯାଇ ସତ୍ୟାସତ୍ୟ ଜାଣିବା ପରେ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହେଲେ ୭ ଦିନରୁ ତିନି ମାସ ୨୭ ଦିନ ହୋଇଗଲା ହେଲେ ଆଜି ହିଁ ତଦନ୍ତ ଆରମ୍ଭ କଲେ କଟକ ସଦର ବ୍ଲକ୍ ଶିକ୍ଷା ଅଧିକାରୀ। ତେବେ ସେତେବେଳର ବିଜେଡି ସରକାର ଅମଳରେ ସଂପୂର୍ଣ୍ଣ ଦବଦବା ଥିବା ଡାଟା ଏଣ୍ଟ୍ରି ଅପରେଟର ବାବୁ ଙ୍କୁ ହାତ ମାରିବାକୁ ଡରୁଛି କି ଜିଲ୍ଲା ଶିକ୍ଷା ବିଭାଗ  ? ରାଜନୈତିକ ଆଶିର୍ବାଦ ଅଛିକି ଡାଟା ଏଣ୍ଟ୍ରି ଅପରେଟର ବାବୁ ଅମରେନ୍ଦ୍ର ସାମଲ ଙ୍କ ଉପରେ। ଏସବୁ ବିଭିନ୍ନ ସଂଦେହ ଘେରରେ ଅଂଚଳବାସୀ  ? ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶନାରେ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ କୁ ଆସିଥିବା ତଦନ୍ତକାରୀ ଅଧିକାରୀ ଘଟଣାର ସତ୍ୟାସତ୍ୟ ଉପସ୍ଥାପନ କରୁଛନ୍ତି ନା ନାହିଁ ? ଆଉ ସରକାରୀ ଦସ୍ତାବିଜ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *