କଟକ ସଦର , ୦୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ବିଜେଡ଼ି ର ବରିଷ୍ଠ ନେତା ପୂର୍ବତନ ବିଧାୟକ, ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ଦଳ ଛାଡ଼ିବା ପରେ ଏବେ ଅନ୍ୟ ନେତାଙ୍କର ଇସ୍ତଫା ଦେବା ସୁଅ ଛୁଟିଛି।


ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ଆସିଫ୍ ଅମିନ ଓ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ର ପୂର୍ବତନ ସଭାପତି ତଥା ବର୍ତ୍ତମାନର ରାଜ୍ୟ ବିଜେଡି ସଂପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଦଳକୁ ବାଏ ବାଏ କରିଥିବା ଜଣାପଡିଛି। ସୂଚନା ଯେ ଗତକାଲି କଟକ ନଗର ଜିଲ୍ଲା ର ପୂର୍ବତନ ବିଜେଡି ସଭାପତି, ପୂର୍ବତନ ସିଏମସି ଡେପୁଟି ମେୟର ମଧୁସୂଦନ ସାହୁ ଓ ଜୀବନବିନ୍ଦୁ କଟକ ସିଟି ର ପୂର୍ବତନ ସଂଯୋଜକ ତଥା ନିରାମୟ ଯୋଜନା ର ପୂର୍ବତନ ଉପଦେଷ୍ଟା ଡ଼ଃ ରଞ୍ଜନ ବିଶ୍ୱାଳ ଦଳରୁ ଇସ୍ତଫା ଦେଇଥିଲେ।
