କଟକ ସଦର, ୨୧/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ନୂଆ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ( ଡିଆଇପିଆରଓ )ଭାବେ ସ୍ୱାଗତିକା ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିସହିତ ପରବର୍ତ୍ତୀ ନିର୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ସେ ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ନିର୍ବାହ କରିବେ। ସୂଚନାଯୋଗ୍ୟ ଯେ ୨୦୨୩ ଵ୍ୟାଚର ଓଡ଼ିଶା ସୂଚନା ସେବା ଅଧିକାରୀ ଶ୍ରୀମତୀ ବେହେରା ସହକାରୀ ସୂଚନା ଅଧିକାରୀ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାର ସାମ୍ବାଦିକ ମାନେ ଶ୍ରୀମତୀ ବେହେରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ହେଲେ ସ୍ୱାଗତିକା ବେହେରା
