Breaking News : କେନ୍ଦୁଝର ରେ କାଳବୈଶାଖୀ ତାଣ୍ଡବ , ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ , ଅନ୍ୟ ଜଣେ ଗୁରୁତର ଆହତ

କେନ୍ଦୁଝର/ ଭୁବନେଶ୍ୱର,୨୧/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ। ପ୍ରବଳ ଝଡ଼ପବନରେ ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଟେଣ୍ଟ ଭାଙ୍ଗିପଡ଼ିଲା । ଫଳରେ ଟେଣ୍ଟ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ଣ ସମୟରେ ହଠାତ୍ ପ୍ରବଳ ଘୁର୍ଣ୍ଣିଝଡ଼,ପବନ ଏବଂ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଜଣାଯାଇଛି। ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।

Leave a Reply

Your email address will not be published. Required fields are marked *