ବିଜେପି ନେତା ନୟନ ମହାନ୍ତି ଙ୍କ ଵାଟ ଘେରିବେ ବାପ ପୁଅ !

କଟକ ସଦର ୨୧/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ପରେ ଚୈ।ଦ୍ୱାର କଟକ ନିର୍ବାଚନ ମଣ୍ଡଳୀରୁ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେଡ଼ି ନେତା ପ୍ରଭାତ ବିଶ୍ବାଳଙ୍କ ଠାରୁ ପାଞ୍ଚ ପାଞ୍ଚ ଥର ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ହାରିବା ପରେ ଏଵେ ତାଙ୍କର ବାଟ ଘେରିବାକୁ ବିଶ୍ବାଳ ବାପପୁଅ ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

ବିଜେଡ଼ି ରୁ ବାପା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ନିଲମ୍ବିତ ହେଵା ପୁଅ ବିଧାୟକ ସୈ।ଭିକ ବିଶ୍ବାଳ ମଧ୍ୟ ନିଲମ୍ବିତ ‌ହୋଇଥିଲେ। ଏଥିପାଇଁ ବିଶ୍ବାଳ ବାପପୁଅ ଏବେ ପଦ୍ମ ପୋଖରୀ ମୁହାଁ ହୋଇଥିବା ଜଣାପଡିଛି। ଯଦି ବିଶ୍ବାଳ ବାପପୁଅ ବିଜେପି କୁ ଯାଆନ୍ତି ତେବେ ନୟନଙ୍କ ବାଟ ଘେରିବାକୁ ବେସି ସମୟ ଲାଗିବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସଫଳ ନେତୃତ୍ୱ ମିଶିଲେ ଆମ ଦଳ ସୁଦୃଢ ହେଵ ବୋଲି କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ କହିଥିବା ବେଳେ ପରୋକ୍ଷରେ ପ୍ରଭାତ ବିଶ୍ବାଳଙ୍କୁ ଗ୍ରୀନ୍ ସିଗ୍ନାଲ ଦେଇଥିବା ଜଣାପଡିଛି।ଏବେ  ଚୈ।ଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

 

Leave a Reply

Your email address will not be published. Required fields are marked *