କଟକ ସଦର ୨୮/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସରକାରୀ ସୋମପୁର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଂଜୁଵାଳା ରାଉତରାୟଙ୍କୁ ଆଜି ଶନିବାର ଦିନ ଭାବାବେଗ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ଗ୍ରାମର ମୁରଵୀ କୈଳାସ ଚନ୍ଦ୍ର ପରିଡା ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ତଥା ଜଗତସିଂହପୁର ଶିକ୍ଷା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଶିକ୍ଷା କମିଟି ଅଧ୍ୟକ୍ଷ ସତ୍ୟ ଜେନା,ଥୋରିଆପଡା କ୍ଲଷ୍ଟରର ସିଆରସିସି ଅର୍ପିତା ମିଶ୍ର,ପାଇକାଣ ସ୍କୁଲର ପ୍ରଧାନ ଶିକ୍ଷକ ସେଖ୍ ଅବଦୁଲ ଵୁରାହାନ, ସମିତି ସଭ୍ୟା କୁନି ଭୋଇ,ସାଜିଦ୍ ଅଲ୍ଲି ଖାନ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଅଵସର ନେଉଥିବା ରଂଜୁଵାଳା ରାଉତରାୟଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କ୍ଲଷ୍ଟରର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ସମେତ ଅଭିଭାବକ/ଅଭିଭାଵିକା ମାନେ ଯୋଗ ଦେଇଥିଲେ। ପରିଚାଳନାରେ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ପ୍ରଗତି ସ୍ୱାଇଁ ଓ ପରିଚାଳନା କମିଟି ସଭାପତି ଟୁକୁନା ସ୍ୱାଇଁ ସହାୟତା କରିଥିଲେ। ସୂଚନାଯୋଗ୍ୟ ଯେ ସ୍କୁଲରେ ପୂର୍ବରୁ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଵେ ମାତ୍ର ୨୮ ଜଣ ଅଧ୍ୟୟନ କରୁଥିବା ଜଣାପଡିଛି। ଯାହାକି ଆଗାମୀ ଦିନରେ ପିଲା କମ୍ କାରଣରୁ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସ୍କୁଲ ବନ୍ଦ ହେବା ସମ୍ଭାବନା ଅଧିକ ରହିଛି।
