କେନ୍ଦ୍ରାପଡ଼ା, ୨୦/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ ଟାଙ୍କି ଲିକ ହୋଇ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ମହିଳା ଆହତ ହୋଇଛନ୍ତି । ଆହତଦ୍ୱୟ ହେଉଛନ୍ତି ଜମାଲା ଫିର୍ଦୋଶ ଓ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ମହିଳା ଅଫସନା ବିବି । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଜମାଲାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଖବର ନେବାରୁ ଜଣାପଡିଛି ଯେ ଜମାଲା ଫିର୍ଦୋଶଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଘରର ଆସବାବପତ୍ରକୁ ନିଆଁ ଧରିଥିଲା । ଜମାଲା ଘରେ ରହି ଯାଇଥିଲେ । ଅଗ୍ନିକାଣ୍ଡରେ ଗୁରୁତର ହୋଇ ସେ ଚିତ୍କାର କରିଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ପଡୋଶୀ ଅଫସନା ବିବି ଉଦ୍ୟମ କରିଥିଲେ । ଫଳରେ ସେ ମଧ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାସହ ପାଣି ପକାଇ ନଅାଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଅାଁକୁ ଆୟତ କରିଥିଲା ।
ଗ୍ୟାସ ଲିକ୍ ହୋଇ ଜଳିଗଲା ଘର
