ଵିରିଵାଟି ତାରିଣୀ ମନ୍ଦିରରେ ବାଲିସାହି ବରିଷ୍ଠ ନାଗରିକ ମଞ୍ଚର ବନ୍ଧୁ ମିଳନ

କଟକ ସଦର, ୧୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ମଧୁପାଟଣା ବାଲିସାହି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି ରବିବାର ଦିନ ଵିରିଵାଟି ତାରିଣୀ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ବରିଷ୍ଠ ସଦସ୍ୟ ଅଶ୍ୱିନୀ କୁମାର ତ୍ରିପାଠୀ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ମଞ୍ଚର ଏତାଦୃଶ କାର୍ଯ୍ୟକୁ ଭୁୟସି ପ୍ରଶଂସା କରିବା ସହିତ ମଞ୍ଚର ଦାଵି କୁ ଗ୍ରହଣ କରି ପାଠାଗାର ନିର୍ମାଣ ନିମନ୍ତେ ୭ ଲକ୍ଷ ଟଙ୍କା ଅନୁଦାନ ଦେବାପାଇଁ ଘୋଷଣା କରିଥିଲେ।

ଏହି ଅବସରରେ ଜୀବନ ବ୍ୟାପି ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ନାଗରିକ ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କୁ ମଞ୍ଚ ପକ୍ଷରୁ ବରିଷ୍ଠ ସଦସ୍ୟ ଜଗତସିଂହପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଵିଜୟ କୁମାର ପାତ୍ର ସମ୍ବର୍ଦ୍ଧିତ କରିଥିଲେ।

ଆଗାମୀ ଦିନରେ ମଞ୍ଚର ସୁଦୂର ପ୍ରସାରି କାର୍ଯ୍ୟକ୍ରମ ସମ୍ପର୍କରେ ସଭାପତି ଦୁଃଶାସନ ବେହେରା ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଂପାଦକ ପ୍ରବୀର କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ନୃସିଂହ ଚରଣ ପାଣିଗ୍ରାହୀ, ପ୍ରିୟବ୍ରତ ଦାଶ, ବିଭୁତି ଭୁଷଣ ମହାନ୍ତି, ଵିଜୟ କୁମାର ପାତ୍ର, ନରେନ୍ଦ୍ର ଦାଶ ପ୍ରମୁଖ ସମସ୍ତ ସଦସ୍ୟ ମାନେ ସହାୟତା କରିଥିଲେ। ଶେଷରେ ଶ୍ରୀକାନ୍ତ କୁମାର ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *