ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ  ମନୋଜ ଆହୁଜାଙ୍କୁ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ  ସମ୍ବର୍ଦ୍ଧନା

ଭୁବନେଶ୍ୱର,୩୧/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଦାୟୀ  ମୁଖ୍ୟ ଶାସନ ସଚିବ ଶ୍ରୀ  ମନୋଜ ଆହୁଜାଙ୍କୁ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି  । ଏହି ଉପଲକ୍ଷେ ବିଭାଗ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।

ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ବିଦାୟୀ  ମୁଖ୍ୟ ଶାସନ ସଚିବ ଶ୍ରୀ  ମନୋଜ ଆହୁଜାଙ୍କ କାର୍ଯ୍ୟଶୈଳୀ, ପ୍ରଶାସନିକ ଦକ୍ଷତା,  ବ୍ୟକ୍ତିତ୍ୱ ଓ ମାନବୀୟ ଆଦର୍ଶ ସଂପର୍କରେ ଆଲୋକପାତ କରିବା ସହିତ ଆଗାମୀ ଅବସରକାଳୀନ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।

ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏହି ଅବସରରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଙ୍କର କାର୍ଯ୍ୟକାଳ ସମୟରେ ସହଯୋଗ ପାଇଁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ନିଜକୁ ସୁସ୍ଥ ଓ ସକ୍ଷମ ରଖିବା ସହିତ ସରକାରୀ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

 

Leave a Reply

Your email address will not be published. Required fields are marked *