କଟକ ସଦର ,୧୪/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁଙ୍କ ବାପା ଅବସରପ୍ରାପ୍ତ ସରକାରୀ ଅଧିକାରୀ କ୍ଷେତ୍ର ମୋହନ ସାହୁଙ୍କୁ ପ୍ରହରାଜପୁର ଠାରେ ଗତକାଲି ଶନିବାର ରାତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ,ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା, ବିଜେପି ନେତା ହୃଷିକେଶ ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସରପଂଚ ଅବଦୁଲ ୱ।ହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ,କଟକ ସଦର ଵିଚାର ମଞ୍ଚ ସଭାପତି ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଉତ୍କଳ ବିକାଶ ପରିଷଦ ସଭାପତି ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା, ଶୁଭେନ୍ଦୁ ପଣ୍ଡା, ଅବିନାଶ ଆନନ୍ଦ ମହାନ୍ତି, ରଘୁନାଥ ଚୈ।ଧୁରୀ, ଦେବେନ୍ଦ୍ର ଜେନା, କେଳୁଚରଣ ମହାଳି, ବିଶ୍ୱଜିତ୍ ବାଡି, ବିଶ୍ୱଜିତ୍ ଶତପଥୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେହିପରି କିଶନନଗର ରାମଚନ୍ଦ୍ରପୁର ଠାରେ ଜଣାଶୁଣା ମୂର୍ତ୍ତି କାରିଗର କୃଷ୍ଣ ଚନ୍ଦ୍ର ମହାରଣାଙ୍କୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।
